୨୦୧୮ ମାଟ୍ରିକ ପରୀକ୍ଷା ପାଇଁଁ ତାରିଖ ଘୋଷଣା ! ଫେବ୍ରୁଆରୀ ୨୩ରୁ ପରୀକ୍ଷା ଆରମ୍ଭ, ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ସମୟ

87

କନକ ବ୍ୟୁରୋ : ବାଜିଲା ମାଟ୍ରିକ ପରୀକ୍ଷା ପାଇଁ ବିଗୁଲ । ୨୦୧୮ ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଫେବ୍ରୁଆରୀ ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏହାଛଡା ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀମାନେ ଅଧିକ ୧୫ ମିନିଟ୍ ପାଇବେ। ଗଣିତ ପରୀକ୍ଷା ସକାଳ ୯ଟାରୁ ୧୧.୪୫ ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।ତେବେ ୨୦୧୮ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ କରାଯାଇଛି ।

୨୦୧୮ରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପୂର୍ବବର୍ଷ ଭଳି ନିଜ ସ୍କୁଲରେ ହେବ ନାହିଁ ବୋଲି ଗଣଣିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଥିଲେ । ନିଜ ସ୍କୁଲ ବଦଳରେ ୫ କିଲୋମିଟର ଭିତରେ ଅନ୍ୟ ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ।