ସଚିବାଳୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବୈଠକ : ସୁରକ୍ଷା ଓ କପି ରୋକିବା ଉପରେ ଗୁରୁତ୍ୱ

43

କନକ ବ୍ୟୁରୋ : ଆଗାମୀ ମ୍ୟାଟ୍ରିକ ପରୀକ୍ଷା ସୁଚାରୁ ଭାବେ ପରିଚାଳନା ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଭିଡିଓ କନଫରେନସିଂ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ କପି ରୋକିବା ଦିଗରେ ଆଲୋଚନା କରାଯାଇଛି । ତେବେ ବିଜେପୁର ଉପ-ନିର୍ବାଚନର ପ୍ରଭାବ ଯେପରି ପରୀକ୍ଷା ଉପରେ ନ ପଡେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।