ସରିଲା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ : ମାତୃଭାଷାରେ ପରୀକ୍ଷା ଦେଲେ ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

22

କନକ ବ୍ୟୁରୋ : ଆଜିଠାରୁ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି ।  ଚଳିତ ଥର ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିପାଇଁ ସାରା ରାଜ୍ୟରେ ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ଓ ୨୯୫ଟି ନୋଡାଲ ସେଂଟର କରାଯାଇଛି । ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ରଗୁଡିକ ୨୪ଘଂଟିଆ ସୁରକ୍ଷା ମଧ୍ୟରେ ରଖାଯାଇଛି ।

ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରକୁ ପୁଲିସ ଅଧିକାରୀ ଓ ନୋଡାଲ ସେଂଟର କର୍ମଚାରୀଙ୍କ ତତ୍ୱାବଧାନରେ ପଠାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କାଡ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସ୍କାଡ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ୫୭ଟି ସ୍କାଡ, ଓ ବୋର୍ଡ ପକ୍ଷରୁ ୩୬ଟି ସ୍ପେଶାଲ ସ୍କାଡ ଗଠନ କରାଯାଇଛି ।

ସେପଟେ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ ଖୋଲାଯାଇଛି । ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସେଂଟର ସୁପରିଟେଣ୍ଡେଂଟ, ନୋଡାଲ ସେଂଟର ମୁଖ୍ୟ ଓ ଛାତ୍ରଛାତ୍ରୀ ଫୋନ କରି ଜାଣିପାରିବେ ।