କପି କରି ଧରାପଡିଲେ ୧୦୯ ପିଲା । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ଇଂରାଜୀ ଥିବାରୁ କପି କଲେ ପରୀକ୍ଷାର୍ଥୀ । ସାରା ରାଜ୍ୟରେ ୧୦୯ ଜଣ କପି କରିଥିବା ନେଇ ବୋର୍ଡର ସୂଚନା

1,335

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ବି କପି ହୋଇଥିବା ସୂଚନା । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୧୦୯ ପରୀକ୍ଷାର୍ଥୀ । ପରୀକ୍ଷାର ୨ୟ ଦିନରେ ଇଂରାଜୀ ବିଷୟ ଥିବାରୁ କପି କଲେ ୧୦୯ ପିଲା । ତେବେ ସାରା ରାଜ୍ୟରେ ମୋଟ ୧୦୯ ଜଣ ପରୀକ୍ଷାର୍ଥୀ କପି କରି ଧରାପଡିଥିବା ବୋର୍ଡ ସୂଚନା ଦେଇଛି ।

ସେପଟେ ଫେବୃୟାରୀ ୧୯ ଅର୍ଥାତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଧରାପଡିଥିଲେ ୫ ଜଣ । ମାତୃଭାଷା ପରୀକ୍ଷାରେ କପି କରି ମୋଟ ପାଞ୍ଚ ପିଲା ଧରାପଡିଥିଲେ । ତେବେ ସେହିଦିନ କପି ରୋକିବାକୁ କଡା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପରୀକ୍ଷା କେନ୍ଦ୍ରକୁ ଯେମିତି ଖଣ୍ଡିଏ ବି ବାହାର କାଗଜ ନଯାଏ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲେ କୋର୍ଟ । କପି ପାଇଁ ଭଲପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଥିବା ଆଶଙ୍କାରେ ଏମିତି କହିଥିଲେ କୋର୍ଟ ।

ତେବେ ଚଳିତ ବର୍ଷ କପି ରୋକିବାକୁ ଆଉ ଭାଇରାଲ ହେବାକୁ ବନ୍ଦ କରିବାକୁ ପ୍ରଶ୍ନପତ୍ରରେ ଡିଜିଟାଲ କୋର୍ଡ ବ୍ୟବସ୍ଥା କରାଯାଇଛି । ମାତ୍ର ତା ସତ୍ତେ୍ୱ ବି କପି ହେଉଛି, ଧରା ବି ପଡୁଛନ୍ତି । କପିକୁ ନେଇ କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ । ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପାଟଣାଗଡରେ ବି କପି ପାଇଁ କୁରୁକ୍ଷେତ୍ର ପାଲଟିଥିଲା ପରୀକ୍ଷା କେନ୍ଦ୍ର ।