ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ! ଆଜି ଦିନ ୨ଟା ପରେ ଅନଲାଇନରେ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଡାଉନଲୋଡ

55

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ । ଏନେଇ ଆଜି ବୋର୍ଡ ସଭାପତି ଜାହାନା ଆର ବେଗମ ସୂଚନା ଦେଇଛନ୍ତି । ଆଜି ଦିନ ୨ଟାରୁ ଅନଲାଇନରେ ମାଟ୍ରିକ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଏନେଇ ବୋର୍ଡ ପକ୍ଷରୁ ଦିଆଯାଇଥିବା ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ସ୍କୁଲର ପ୍ରଧାନଶିକ୍ଷକ ଅନଲାଇନରୁ ଆଡମିଟ କାର୍ଡ ଡାଉନଲୋଡ କରି ଛାତ୍ରଛାତ୍ରୀଙ୍କୁ ଦେବେ । ଏହାଛଡା ୧୭ ତାରିଖରୁ ମଧ୍ୟ ସମସ୍ତ ପରୀକ୍ଷା ସେଣ୍ଟରରେ ଅଫଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।

ଚଳିତ ବର୍ଷ ମୋଟ ୬ ଲକ୍ଷ ୮ହଜାର ୫୩ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ସେହିଭଳି ୨୩ ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ଏହାଛଡା ଚୌଦାର ଓ ଅନୁଗୁଳ ଅନୁଗୁଳ ଜେଲରେ ମୋଟ ୬ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଫେବୃଆରୀ ୨୩ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ଶେଷ ହେବ ।