କେଉଁଠି ବି ସୁରକ୍ଷିତ ନୁହେଁ ନାରୀ ! ମନ୍ଦିର ଯାଉଥିବା ବେଳେ ମହିଳା ଦୁଷ୍କର୍ମର ଶିକାର

43

ମଥୁରା : ଏବେ ଏହି ବିଷୟ ଦିନକୁ ଦିନ ସଂଗୀନ ହେବାକୁ ବସିଛି । ନଜର ଆସିଛି କି ମହିଳାମାନେ ଯେମିତି କେଉଁଠି ବି ସୁରକ୍ଷିତ ନୁହଁନ୍ତି । ଘର ବାହାର ସବୁଠି ମହିଳା ଆଜି ନିର୍ଯାତିତା । ଆଇନ ଯେମିତି କାଟୁ କରୁନି । ନିକଟରେ ଦିଲ୍ଲୀ କୋର୍ଟ ଏକ ଚର୍ଚ୍ଚିତ ଟିପ୍ପଣୀ ଦେଇଥିଲେ ନାରୀଙ୍କ ବିନା ସହମତିରେ ଛୁଇଁବା ମନା । ହେଲେ ଦେଖାଯାଉଛି ଏସବୁରେ କିଛି ବି ଫରକ ପଡୁଛି । କାରଣ ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି ଏ ଖବର ।

ସୂଚନା ଅନୁସାରେ , ଉତ୍ତର ପ୍ରଦେଶରେ ମଥୁରା ପ୍ରାନ୍ତର ବୃନ୍ଦାବନ ଅଂଚଳରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଖବର ଆସିଛି ସାମ୍ନାକୁ । ମହିଳାଙ୍କର ଅଭିଯୋଗକୁ ନେଇ ଆରୋପୀକୁ ପୁଲିସ୍ ଗିରଫ କରିନେଇଛି । ପୁଲସର ସୂଚନା ଅନୁସାରେ, ମହିଳା ମନ୍ଦିର ଯାଉଥିଲେ । ସେତେବେଳେ ତାଙ୍କ ସହ ଏହି ଘଟଣା ଘଟିଛି ।

ଉଲ୍ଲେଖନୀୟ ଯେ, ଦୁଷ୍କର୍ମ କରିଥିବା ଆରୋପୀ ଶେରଗଡରେ ରୁହେ । ସେ ସେଦିନ ମନ୍ଦିର ଯାଉଥିବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ପୁଲିସ୍ କହିଛି , ମହିଳାଙ୍କର ଚିତ୍କାର ଶୁଣି ଅନେକ ଘଟଣା ସ୍ଥଳରେ ପହଁଚିଥିଲେ । ଏହାପରେ ଆରୋପୋକୁ ଲୋକେ ପୁଲିସକୁ ଦେଇଥିଲେ । ପୁଲିସ୍ ପୀଡିତାଙ୍କର ପତିଙ୍କ ଅଭିଯୋଗ ଉପରେ ମୋକଦମା ଦାୟର କରି ମହିଳାଙ୍କୁ ଚିକିତ୍ସା ପାଇଁ ଜିଲା ମହିଳା ଚିକିତ୍ସାଳୟ ପଠାଇଦେଇଥିଲେ । ବୃନ୍ଦାବନର ଥାନା ପ୍ରଭାରୀ ସୁବୋଧ କୁମାର ସିଂହ କହିଛନ୍ତି , ଧରାପଡିଥିବା ଯୁବକକୁ ପଚରାଉଚରା କରାଯାଉଛି । ମେଡିକଲ୍ ପରୀକ୍ଷାରେ ଯଦି ଦୁଷ୍କର୍ମ ହେବାର ଜଣାପଡେ ତ ଆରୋପୀ ଯୁବକକୁ ଦୁଷ୍କର୍ମ ଏବଂ ଜୀବନରେ ମାରିଦେବାର ଧମକ ଦେବା ମାମଲାରେ କୋର୍ଟକୁ ପଠାଯିବ ।