ନିଆରା ଶିକ୍ଷାଦାନ : ହିପ୍-ହପ୍ ମ୍ୟୁଜିକ ବିଟରେ ଗଣିତ ପଢାଉଛନ୍ତି ଶିକ୍ଷକ

71

କୁହାଯାଏ ପାଠପଢା ପାଇଁ ସବୁବେଳେ ନିରୋଳା ପରିବେଶ ଦରକାର ହୁଏ । ଆଉ ଗଣିତ ପାଠ କଥା ଯଦି ପଡେ ଏଥିପାଇଁ ତ ଖୁବ୍ ସତର୍କ ରହିବାକୁ ପଡେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଶିକ୍ଷକ ମ୍ୟୁଜିକ ବିଟରେ ଛାତ୍ରଙ୍କୁ ପଢାଉଛନ୍ତି ଗଣିତ ପାଠ ।

କେପ୍ ଟାଉନର ୩୩ ବର୍ଷିୟ କୁର୍ତ ମିନ୍ନାର ନାମକ ଜଣେ ଶିକ୍ଷକ ଆପଣେଇଛନ୍ତି ଏକ ଭିନ୍ନ କୈାଶଳ । ଛାତ୍ରଙ୍କୁ ହିପ-ହପ୍ ମ୍ୟୁଜିକ ତାଳରେ ଦେଉଛନ୍ତି ଗଣିତ ଶିକ୍ଷା । ମିନ୍ନାର ୬୦ ସେକେଣ୍ଡର ଏକ ମ୍ୟାଥ ଟ୍ରାକ୍ ବାହାର କରିଛନ୍ତି । ନିଜ ଲ୍ୟାପଟପରେ ମ୍ୟୁଜିକ ପ୍ଲେ କରି ଛାତ୍ରଙ୍କୁ ଉତ୍ସାହିତ କରିଥାନ୍ତି । ଆଉ ନାଚ କରିବାକୁ କହିଥାନ୍ତି ।

ଦେଖନ୍ତୁ ଏହି ଭିଡିଓ-