ରୁଚିକା ଚାଇଲ୍ଡଲାଇନରୁ ପିଲା ଫେରାର ଘଟଣା ! ମାଷ୍ଟରମାଇଣ୍ଡ ବାଂଲଦେଶର ତମିନ ହସନର ରହିଛି ହାତ

44

କନକ ବ୍ୟୁରୋ : ରୁଚିକା ଚାଇଲ୍ଡଲାଇନରୁ ଫେରାର ହୋଇଥିବା ପିଲା ଘଟଣାର ମାଷ୍ଟରମାଇଣ୍ଡ ବାଂଲଦେଶର ତମିନ ହସନ ବୋଲି ଜଣାଯାଇଛି । ତମିନ ନାଁରେ ଚୋରୀ ଓ ଅନ୍ୟ ଘଟଣାରେ ଅପରାଧିକ ମାମଲା ରହିଛି । ସେ ହିଁ ଅନ୍ୟ ୧୧ ଜଣ ପିଲାଙ୍କ ମତାଇ ଚାଇଲ୍ଡଲାଇନରୁ ଫେରାର କରିଥିବା ଜଣାପଡିଛି । ୧ ତାରିଖରେ ଘଟଣା ଘଟିଥିଲା । ସେହିଦିନ ଖୋଜାଖୋଜି ପରେ ଜଣେ ପିଲାକୁ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ଘଟଣା ରୁଚିକା ଚାଇଲ୍ଡଲାଇନର ସୁରକ୍ଷା ବ୍ୟବସ୍ଥା ପ୍ରତି ବି ପ୍ରଶ୍ନବାଚୀ ସୃଷ୍ଟି କରିଛି ।