ପୁଣି ଜଳିଗଲା ଶତାଧିକ କାର: ଚେନ୍ନାଇର ପୋରୁର ଗ୍ରାଉଣ୍ଡରେ ପାର୍କିଂ ହୋଇଥିବା ବେଳେ ଜଳିଗଲା ୨ଶହରୁ ଅଧିକ କାର

88

କନକ ବ୍ୟୁରୋ: ଚେନ୍ନାଇରେ ଜଳିଗଲା ୨ଶହରୁ ଅଧିକ କାର୍ । ପୋରୁର ଗ୍ରାଉଣ୍ଡରେ କାର୍ ଗୁଡ଼ିକୁ ପାର୍କିଂ କରାଯାଇଥିବା ବେଳେ ଏଥିରେ ନିଆଁ ଲାଗି ଜଳିଯାଇଛି । ମୋଟ୍ ୨୧୪ଟି କାର୍ ଜଳିଯାଇଥିବା ପୁଲିସ୍ କହିଛି । କାର୍ ଗୁଡ଼ିକରେ କେମିତି ନିଆଁ ଲାଗିଲା ସ୍ପଷ୍ଟ ହୋଇ ନାହିଁ । ତେବେ ଶୁଖିଲା ଘାସରେ ନିଆଁ ଲାଗିବା ପରେ କାର୍ ମଧ୍ୟ ଜଳିଯାଇଥିଲା ବୋଲି କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଛି । ଦୁଇ ଦିନରେ ଏପରି ଦୁଇଟି କାର୍ ଜଳିଯିବା ଘଟଣା ସାମ୍ନାକୁ ଆସିଛି ।

ଶନିବାର ବାଙ୍ଗାଲୁରରେ ପ୍ରାୟ ୨୦୦ଶହରୁ ଅଧିକ କାର୍ ଜଳିଯାଇଥିଲା । ବାଙ୍ଗାଲୁର ଏୟାର ଶୋ ବେଳେ ପାର୍କିଂ ସ୍ଥାନରେ ଭୟଙ୍କର ନିଆଁଲାଗି ୩୦୦ କାର ପୋଡି ପାଉଁଶ ହୋଇଯାଇଥିଲା । ଚାହୁଁ ଚାହୁଁ ଗୋଟିଏ କାରରୁ ଅନ୍ୟ କାରକୁ ନିଆଁ ବ୍ୟାପିଯାଇଥିଲା । ତେବେ ଦୁର୍ଘଟଣାରେ ସୌଭାଗ୍ୟବଶତ କାହାରି କିଛି କ୍ଷତି ହୋଇନଥିଲା । ଘଟଣାସ୍ଥଳରେ ଦମକଳ ବାହିନର ପହଂଚି ନିଆଁକୁ ଆୟତ କରିଥିଲା । ତେବେ ଏୟାରପୋର୍ଟରେ ଏୟାର ଶୋ ପାଇଁ ଅଭ୍ୟାସ ଚାଲୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।