ଗୃହ ଋଣର ସୁଧ ହାରରେ ବଡ ଧରଣର ପରିବର୍ତ୍ତନ : ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ବ୍ୟବସ୍ଥା, ଗ୍ରାହକଙ୍କୁ ହେବ ଏହି ଫାଇଦା

ବ୍ୟାଙ୍କ ନୁହେଁ, ବଜାର ଦରରେ ଲାଗୁ ହେବ ସୁଧ ହାର ।

419

ଆପଣ ଗୃହ ଋଣ ନେଇଛନ୍ତି କି ? କିମ୍ବା ଘର କିଣି ଋଣ ନେବାକୁ ଚାହୁଁଛନ୍ତି କି? ଆପଣ ଯେଉଁ ସୁଧ ହାରରେ ଋଣ ପରିଶୋଧ କରୁଛନ୍ତି ଏବେ ସେଥିରେ ବଡ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଅନୁଯାୟୀ ଗୃହ ଋଣରେ ସ୍ୱଚ୍ଛତା ଆଣିବା ପାଇଁ ଆସନ୍ତା ଏପ୍ରିଲ ମାସରୁ ଲାଗୁ ହେବ ନୂଆ ବ୍ୟବସ୍ଥା । ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ମାସରୁ ଗୃହ ଋଣ, ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ବ୍ୟାଙ୍କ ନୁହେଁ ବଜାର ସ୍ଥିର କରିବ । ସମସ୍ତ ବ୍ୟାଙ୍କ ଗୃହ ଋଣ ନେଇଥିବା ଗ୍ରାହକଙ୍କୁ ବେଂଚ ମାର୍କ ସହ ଲିଙ୍କ୍ କରାଇବା ବାଧ୍ୟତାମୂଳକ ହେବ । ଏହି ବେଂଚ ମାର୍କରେ ଆରବିଆଇର ରେପୋ ରେଟ୍ ବା ଭାରତୀୟ ଫାଇନାନସିଆଲ ବେଂଚ ମାର୍କର ମାପଦଣ୍ଡ ଅନୁଯାୟୀ ସୁଧ ହାର ନିର୍ଦ୍ଧାରଣ ହୋଇଥାଏ । ଯଦି ରେପୋ ରେଟ୍ ହ୍ରାସ ହୁଏ ତେବେ ବ୍ୟାଙ୍କଗୁଡିକ ମଧ୍ୟ ସୁଧ ହାର କମାଇବେ ବା ଋଣ ଶସ୍ତା ହେବ । ଆରବିଆଇର ଡେପୁଟି ଗଭର୍ଣ୍ଣର ଏନଏସ୍ ବିଶ୍ୱନାଥନ ଏହି ସୂଚନା ଦେଇଛନ୍ତି । ତେଣୁ ଏହି ବ୍ୟବସ୍ଥା ଲାଗୁ ହେଲେ ଗୃହ ଋଣ ଶସ୍ତା ହେବ ।

ଋଣର ଦର ନିର୍ଦ୍ଧାରଣ କରିବାର ନୂଆ ଉପାୟ :

• ଆରବିଆଇର ରେପୋ ରେଟ୍

• ଭାରତ ସରକାରଙ୍କ ୯୧ଦିନ ଟ୍ରେଜେରି ବିଲର ୟିଲ୍ଡ

• ଭାରତ ସରକାରଙ୍କ ୧୮୨ ଦିନ ଟ୍ରେଜେରି ବିଲର ୟିଲ୍ଡ କିମ୍ବା ଏଫବିଆଇଏଲ ଦ୍ୱାରା କରାଯାଇଥିବା ଅନ୍ୟ କୌଣସି ବେଂଚମାର୍କର ବଜାର ହାରରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ନେଇଥିବା ଲୋକଙ୍କ ପାଇଁ ବିଭିନ୍ନ ବର୍ଗର ଫ୍ଲୋଟିଙ୍ଗ ସୁଧ ଦର ଏବେ ଏକ୍ସଟର୍ନାଲ ବେଂଚମାର୍କ ସହିତ ସଯୋଗ ହେବ । ଆରବିଆଇ ଏମସିଏଲଆର ବେଂଚମାର୍କରୁ ରିପ୍ଲେସ କରିବାର ପ୍ରସ୍ତାବ କରିଛନ୍ତି । ୧ ଏପ୍ରିଲ ୨୦୧୯ରୁ ବ୍ୟାଙ୍କ ଇଂଟରନାଲ ବେଂଚମାର୍କ ଭଳି ପ୍ରାଇମ୍ ଲେଂଡିଙ୍ଗ ରେଟ୍, ବେସ୍ ରେଟ୍, ମାର୍ଜିନାଲ କାଷ୍ଟ ଅଫ୍ ଫଣ୍ଡ ବେଷ୍ଟ ଲେଂଡିଙ୍ଗ ରେଟ୍ ସ୍ଥାନରେ ଏକ୍ସଟର୍ନାଲ ବେଂଚମାର୍କର ବ୍ୟବହାର କରିବେ ।