୫ ସବୁଠାରୁ ବଡ ସାମୁହିକ ଆତ୍ମହତ୍ୟା ! ୯୧୩ ଜଣଙ୍କ ଏକାଥରକେ ଯାଇଥିଲା ଜୀବନ

21

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ସାମାନ୍ୟ କଥାକୁ ନେଇ ଅନେକ ଲୋକ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଉଛନ୍ତି । ଯଦି ଆମେ ନିଜକୁ ପ୍ରତ୍ୟେକ ଦିନ ଖବର ସହ ଜଡିତ ରଖିବା ତେବେ ଜାଣିପାରିବା ଯେ, ପ୍ରତ୍ୟେକ ଦିନ କେଉଁଠାରେ ନା କେଉଁଠାରେ ଲୋକମାନେ ଆତ୍ମହତ୍ୟା କରୁଛନ୍ତି । ତେବେ କେତେକ ବଡ ଆତ୍ମହତ୍ୟା ବିଷୟରେ ଏଠାରେ ତଥ୍ୟ ପ୍ରକାଶ କରାଯାଇଛି ।

ତେବେ ପ୍ରଥମେ ଏହା ଜାଣିବା କଷ୍ଟ ଯେ ପ୍ରାଣ ହରାଇଥିବା ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ମର୍ଡର କରାଯାଇଛି । ଦିଲ୍ଲୀରେ ରବିବାର ଏକା ସାଙ୍ଗରେ ଗୋଟିଏ ଘରୁ ୧୧ ଜଣଙ୍କ ମୃତଦେହ ମିଳିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଆମେ ଯଦି ଇତିହାସ ଉପରେ ନଜର ପକାଇବା ତେବେ ଜାଣିପାରିବା ଏକା ସଙ୍ଗେ କେତେ ଜଣ ଆତ୍ମହତ୍ୟା କରିଛନ୍ତି । କେତେ ଥର ଦେଖାଯାଇଛି ଲୋକମାନେ ନିଜର ଧର୍ମ ଲାଗି ମଧ୍ୟ ଆତ୍ମହତ୍ୟା କରୁଛନ୍ତି ।

ସବୁଠାରୁ ଭୟାନକ ଆତ୍ମହତ୍ୟା ଘଟଣା ଟି ଆଜିଠାରୁ ୪୦ ବର୍ଷ ତଳେ ହେଇଥିଲା । ଘଟଣାଟି ଦକ୍ଷିଣ ଆମେରିକା ଅଞ୍ଚଳରେ ଘଟିଥିଲା । ୧୯୭୩ ମସିହାରେ ଏକାଥରକେ ୯୧୩ ଜଣ ବିଷ ପିଇ ଆତ୍ମହତ୍ୟା କରିଥିଲେ ଓ ଏମାନଙ୍କ ମଧ୍ୟରେ ୨୭୬ ଜଣ ଶିଶୁ ଥିଲେ । ଜଣେ ଧାର୍ମିକ ସଂସ୍ଥା ଲୋକମାନଙ୍କର କାମ କରିବା ପାଇଁ ଅନେକ ସ୍ଥାନୀୟ ଜନସାଧାରଣଙ୍କୁ ନିଜ ଆଶ୍ରମରେ ରଖିଥିଲେ । କୈାଣସି ଏକ ବିଷୟକୁ ନେଇ ସେଠାରେ ଜଣେ ଜନ ପ୍ରତିନିଧିଙ୍କୁ ମାରିଦିଆ ଯାଇଥିଲା ଓ ପରେ ସେଠାରେ ଗୁଳିବର୍ଷା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଜନସାଧାରଣ ମାନେ ଟଳି ପଡିଥିଲେ । ପରେ ଏହାକୁ ନେଇ ବିବାଦ ମଧ୍ୟ ଲାଗି ରହିଥିଲା । ଏହା ସେତେବେଳେ ଜଣାପଡିନଥିଲା କି ଏହା ହତ୍ୟା କି ଆତ୍ମହତ୍ୟା ।

ଏହାପରେ ୧୯୯୭ ମସିହାରେ କାଲିଫର୍ଣ୍ଣଆରେ ଏକାଥରକେ ୩୯ ଜଣ ଏକା ଭଳି ପୋଷାକ ପରିଧାନ କରି ପ୍ରାଣତ୍ୟାଗ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ କେତେକ ଲୋକ ବିଶ୍ୱ ଯୁଦ୍ଧର କଷ୍ଟ ସହିନପାରି ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୁଏ । ଏହି ଘଟଣାରେ ୭୦୦ ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ତ୍ୟାଗ କରିଥିବା ନେଇ ଖବର ମଧ୍ୟ ମିଳେ ।

୧୯୯୪ ମସିହାରେ ସୋଲାରରେ ଏକ ସାଙ୍ଗରେ ୪୮ ଜଣ ପ୍ରାଣ ତ୍ୟାଗ କରଥିଲେ । ତେବେ କୈାଣସି ଏକ ଝଗଡାରୁ ହିଁ ଏହି ଘଟଣା ଘଟିଥାଇପାରେ ବୋଲି ସେଠାରେ ଚର୍ଚ୍ଚା ହୁଏ ।

୨୦୦୦ ମସିହାରେ ୟୁଗାଣ୍ଡାରେ ମଧ୍ୟ ୭୭୮ ଜଣଙ୍କ ମୃତ୍ୟୁ ହେଇଥିବା ରିପୋର୍ଟରୁ ଜଣାପଡେ । ତେବେ ଏହି ମୃତ୍ୟୁ ପଛରେ କୈାଣସି ଏକ ଧାର୍ମିକ ସଂଗଠନ ରହିଥିବା ଜଣାପଡେ ।

ତେବେ ଓଡିଶାରେ ମଧ୍ୟ ଅନେକ ସମୟରେ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ୨୦୧୭ ମସିହାରେ ୪ ଜଣ ସମୂହ ଆତ୍ମହତ୍ୟା କରିଥିବା କଥା ପଦାକୁ ଆସିଥିଲା । ମଣିଷ ନିଜ ଜୀବନ ପ୍ରତି କାହିଁକି ଏପରି ଚରମ ପଦକ୍ଷେପ ନିଅନ୍ତି? ତାହାର ଉତ୍ତର କାହା ପାଖରେ ନାହିଁ ।