ବ୍ରହ୍ମପୁର : ଖାଜା ସାହିରେ ଅନୁଷ୍ଠିତ ହେଲା ଗଣବିବାହ

29

କନକ ବ୍ୟୁରୋ : ବ୍ରହ୍ମପୁର ଖାଜା ସାହିରେ ଅନୁଷ୍ଠିତ ହୋଇଛି ଗଣବିବାହ । ମୁସଲିମ୍ ସଂପ୍ରଦାୟର ୩ ହଳ ଯୋଡି ଓ ହିନ୍ଦୁ ଧର୍ମର ହଳେ ଯୋଡିଙ୍କୁ ବିବାହ ବନ୍ଧନରେ ବାନ୍ଧିଛି ଗଞ୍ଜମା ମୁସୁଲିମ ସଂସ୍କୃତିକ ସଂଘ । ନବ ବିବାହିତ ଯୁବକ ଯୁବତୀ, ଗରିବ ପରିବାରର ହୋଇଥିବାରୁ ସେମାନଙ୍କ ବିବାହ ଖର୍ଚ୍ଚ ବହନ କରିଛି ସଂଘ । ମୁସଲିମ୍ ସଂପ୍ରଦାୟର ଯୁବକ ଯୁବତୀଙ୍କ ବିବାହ ସମ୍ପୂର୍ଣ୍ଣ  ଇସଲାମ୍ ରୀତିନୀତିରେ କରାଯାଇଥିବା ବେଳେ ହିନ୍ଦୁ ଯୁବକ ଯୁବତୀଙ୍କ ବିବାହ ହିନ୍ଦୁ ରୀତିନୀତିରେ କରାଯାଇଛି । ଝିଅକୁ ଜାନୀ ଯୌତୁକ ଠାରୁ ଭୋଜିଭାତର ଆୟୋଜନ କରିଛି ଗଞ୍ଜାମ ମୁସୁଲିମ ସାଂସ୍କୃତିକ ସଂଘ ।