ବ୍ରହ୍ମପୁରର ଖାଜାସାହିରେ ଗଣ ବିବାହ : ୨୪ ଜଣ ପୁଅ ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧିଛି ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ

72

କନକ ବ୍ୟୁରୋ : ବ୍ରହ୍ମପୁର ଖାଜାସାହିରେ ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ୧୨ ଜଣ ଯୋଡ଼ି ଗରୀବ ଦମ୍ପତିଙ୍କ ଗଣ ବିବାହ ଆୟୋଜନ କରାଇଛନ୍ତି । ଦୀର୍ଘ ୪ ବର୍ଷ ଧରି ଏମାନେ ଗରୀବ ପୁଅ ଝିଅଙ୍କୁ ମାଗଣାରେ ବିବାହ କରାଇଛନ୍ତି । ଏହି ଗଣ ବିବାହରେ ସହରର ବିଭିନ୍ନ ମହଲର ଲୋକ ଯୋଗ ଦେଇଥିଲେ । ଅନ୍ୟପଟେ ୧୨ ଜଣ ଗରୀବ ଝିଅଙ୍କୁ ଜାନି ଯୌତୁକ ଦେଇ ଶଶୁର ଘରକୁ ପଠାଇଛନ୍ତି ।

ଏକାଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ୧୨ ଯୋଡା ବରକନ୍ୟା । ସାରା ଜୀବନ ସାଥି ହୋଇ ଚାଲିବା ପାଇଁ ସମ୍ପୂର୍ଣ୍ଣ ରୀତିନୀତିରେ ପରସ୍ପରର ହାତ ଧରିଛନ୍ତି । ଆଉ ଏ ଅବସର ହେଉଛି ଗଣ ବିବାହ ଉତ୍ସବର । ବ୍ରହ୍ମପୁର ଖାଜାସାହିରେ ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ୧୨ ଯୋଡ଼ା ଗରିବ ପୁଅ-ଝିଅଙ୍କ ଗଣବିବାହ ଅନୁଷ୍ଠିତ ହୋଇଛି ।

ଆର୍ଥିକ ଅନାଟନରେ ପେଶି ହେଉଥିବା ପରିବାରର ପୁଅ-ଝିଅଙ୍କ ଗଣ ବିବାହ କରାଇଛି ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନ । ପୁଅ ଝିଅର ଘରର ପରିବାର ବର୍ଗର ଉପସ୍ଥିତିରେ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ କରାଯାଇଛି । ମୋଟ ୧୨ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏଥିରେ ହିନ୍ଦୁ ପୁଅ ଝିଅ ମଧ୍ୟ ଅଛନ୍ତି । ୯ ଯୋଡି ମୁସଲିମ୍ ଓ ୩ ଯୋଡି ହିନ୍ଦୁ ପୁଅ-ଝିଅଙ୍କ ବିବାହ ସହ ଭୋଜି ଭାତର ଆୟୋଜନ ହୋଇଥିଲା ।

ବ୍ରହ୍ମପୁର ଖାଜାସାହି ଗଣ ବିବାହ ଉତ୍ସବରେ ସାମିଲ ହୋଇଥିଲେ ଜିଲ୍ଲାପାଳ ଓ ଦକ୍ଷିଣାଂଚଳ ଡିଆଇଜି ଆଶିଷ ସିଂ । ତେବେ ଗରୀବ ପୁଅ ଝିଅଙ୍କୁ ନିଜର ନୂତନ ଦାମ୍ପତ୍ୟ ଜୀବନ ଆରମ୍ଭ କ୍ଷେତ୍ରରେ ଏହା ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି ପ୍ରାଶାସନିକ ଅଧିକାରୀ ।