ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହରର କିଡନୀ ଖରାପ ! ପାକିସ୍ତାନୀ ସେନାର ହସପିଟାଲରେ ଚାଲୁଛି ଚିକିତ୍ସା

253

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂସ୍ଥାପକ ମସୁଦ ଅଜହରର କିଡନୀ ଖରାପ ହୋଇଥିବାର ଖବର ଆସିଛି । କୁହାଯାଉଛି କି, ତାହାର ପାକିସ୍ତାନ ରାୱଲପିଣ୍ଡିର ଏକ ସୈନ୍ୟ ହସପିଟାଲରେ ନିୟମିତ ଡାଇଲିସିସ୍ କରାଯାଉଛି । ସୁରକ୍ଷା ଅଧିକାରୀ ଏହାର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ୍ କୁରୈସୀ କହିଥିଲେ କି, ଜୈଶ ମୁଖ୍ୟ ଅସୁସ୍ଥ ।

ଏହି ସଂପର୍କରେ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କି, ନିକଟରେ ମିିଳିଥିବା ଖବରରୁ ଜଣାପଡୁଛି କି, ଅଜହରର କିଡନୀ କାମ କରିବା ବନ୍ଦ ହୋଇଯାଇଛି ଏବଂ ତାହାର ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡିର ଏକ ସୈନ୍ୟ ହସପିଟାଲରେ ଚିକିତ୍ସା ଚାଲୁଛି । ତାହାର ନିୟମିତ ଡାଇଲିସିସ୍ କରାଯାଉଛି ।

କୁରୈସୀ କହିଥିଲେ କି, “ମତେ ମିିଳିଥିବା ସୂଚନା ଅନୁଯାୟୀ, ସେ ପାକିସ୍ତାନରେ ହିଁ ଅଛି । ସେ ଏତେ ଅସୁସ୍ଥ ଯେ, ଘରୁ ବାହାରିବା ସ୍ଥିତିରେ ନାହିଁ । ସେ ବହୁତ ଅସୁସ୍ଥ ।” ପୁଲୱାମାରେ ସିଆରପିଏଫଙ୍କ ଉପରେ ସେ ଆତ୍ମଘାତୀ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଯାଇଥିଲେ । ଏହି ଘଟଣାର ଦାୟିତ୍ୱ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ନେଇଥିଲା ।