ପାକିସ୍ତାନରେ ଖୋଲାଖୋଲି ରାଲି କରୁଛି ପୁଲୱାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ମାସୁଦ ଅଜହର ! ସେନା ଓ ପୋଲିସ ଦେଉଛି ସୁରକ୍ଷା

416

କନକ ବ୍ୟୁରୋ : ଜୈଶର ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ଖୋଲାଖୋଲି ରାଲି କରୁଛି । ଆତଙ୍କବାଦୀ ଗତିବିଧି ବଢ଼ାଇବା ପାଇଁ ଲୋକଙ୍କୁ ପ୍ରରୋଚନା ଦେଉଛି ମାସୁଦ । ଆଉ ଏଥିପାଇଁ ମାସୁଦକୁ ସାହାଯ୍ୟ କରୁଛି ପାକ୍ ସେନା ଓ ପୋଲିସ୍ । ନିଜ ରାଲିରେ ମୌଲାନା ମାସୁଦ ଅଜହର ଭାରତ ବିରୋଧରେ ଲଗାତାର ବିଷ ଓଗାଳୁଛି । ବାରମ୍ବାର ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା କାଶ୍ମୀରରେ ଆତଙ୍କୀ ଗତିବିଧିକୁ ବଢ଼ାଇବା ପାଇଁ ଲୋକଙ୍କୁ ପ୍ରରୋଚିତ କରୁଛି ।

ରାଲିରେ କେବଳ କାଶ୍ମୀର ନୁହେଁ ଦିଲ୍ଲୀରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଲୋକଙ୍କୁ ପ୍ରରୋଚିତ କରୁଛି । ସୂଚନାଯୋଗ୍ୟ ସିଆରପିଏଫ ଆକ୍ରମଣର ପ୍ଲାନ୍ ୬ ଫେବୃୟାରୀରେ କରିଥିଲା ଜୈଶ୍ । କିନ୍ତୁ ବରଫପାତ ଯୋଗୁଁ ଅଟକିଯାଇଥିଲା ପ୍ଲାନ୍ । ମାସୁଦ ଅଜହର ଘୋଷଣା କରିଛି ଆମେ କାଶ୍ମୀର ଲୋକଙ୍କ ସହ ଅଛୁ ।

ସୂଚନାଯୋଗ୍ୟ ୧୪ ଫେବୃୟାରୀରେ ଦେଶ ଗୋଟିଏ ପଟେ ପ୍ରେମ ଦିବସ ପାଳୁଥିବା ସମୟରେ ଘଟିଥିଲା ଅତ୍ୟନ୍ତ ହୃଦୟବିଦାରକ ଘଟଣା । ଜମ୍ମୁକଶ୍ମୀରର ପୁଲୱାମାରେ ୪୦ ଜଣ ସିଆରପିଏଫ୍ ଯବାନ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ । ୪୦ ଜଣ ବୀରପୁତ୍ରକୁ ହରାଇଥିଲା ମାଟିମା’ । ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜୈଶ୍-ଇ-ମହମ୍ମଦ ।