ଆତଙ୍କବାଦୀ ସଂଗଠନକୁ ଜୋରଦାର ଝଟକା ! ଭୟଙ୍କର ରୋଗରେ ପୀଡ଼ିତ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର

35

କନକ ବ୍ୟୁରୋ : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ଭୟଙ୍କର ରୋଗରେ ପୀଡ଼ିତ ରହିଛି । ତେବେ ସୂଚନା ଅନୁସାରେ, ମସୁଦର ସ୍ୱାସ୍ଥ୍ୟବସ୍ଥା ଏତେ ଗୁରୁତର ରହିଛି ଯେ ଭଲ ହେବା ପାଇଁ ତାକୁ ଏକ ବର୍ଷ କିମ୍ବା ତା’ଠାରୁ ଅଧିମ ସମୟ ଲାଗିପାରେ । ତେବେ ଅଜହର ଗୁରତର ଅସୁସ୍ଥ ହୋଇ ପଡ଼ିବା ପରେ ଏହି ଆତଙ୍କବାଦୀ ସଙ୍ଗଠନ ଦୁଇ ଭାଗରେ ବିଭକ୍ତ ହୋଇ ତାର ଦୁଇଭାଇ ରୌଫ ଅସଗର ଓ ଅଥାର ଇବ୍ରାହିମ ଦ୍ୱାରା ପରିଚାଳିତ ହେଉଛି । ଏହି ଦୁଇ ଭାଇ ଭାରତ ଓ ଆଫଗାନୀସ୍ତାନରେ ଜିହାଦୀ କାର‌୍ୟ୍ୟର ନେତୃତ୍ୱ ନେଉଛନ୍ତି ।

ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ଏହି ୫୦ ବର୍ଷୀୟ ମୁଖ୍ୟ ମାସୁଦ ଅଜହର ବର୍ତ୍ତମାନ ସ୍ପାଇନାଲ କର୍ଡ ଓ କିଡନୀ ସମସ୍ୟାରେ ଗୁରୁତର ଭାବେ ଅସୁସ୍ଥ । ଏପରିକି ସେ ବିଛଣାରୁ ଉଠି ପାରୁ ନଥିବା ଗୁଇନ୍ଦା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ପାକିସ୍ତାନର ରାଓଲପିଣ୍ଡିଠାରେ ଥିବା ଏକ ମିଲିଟାରି ହସ୍ପିଟାଲରେ ଚିକିତ୍ସିତ ହେଉଛି । ଜଣେ ପ୍ରଚଣ୍ଡ ଇସଲାମିକ ମୌଳବାଦୀ ଭାବେ ପରିଚିତ ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ୨୦୦୧ ସଂସଦ ଆକ୍ରମଣ, ୨୦୦୫ ଅଯୋଧ୍ୟା ଆକ୍ରମଣ, ୨୦୧୬ ପଠାଣ କୋଟ ଏୟାରବେସ୍ ଆକ୍ରମଣ ପାଇଁ ଦାୟୀ ବୋଲି କହୁାଯାଏ ।

ସୂଚନାଯୋଗ୍ୟ ଯେ ଭାରତର ସୁରକ୍ଷାବଳଙ୍କ ଦ୍ୱାରା ଗିରଫ ହୋଇ ଭାରତରେ ଜେଲରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଆଜ୍ହାରଙ୍କୁ ମୁକ୍ତ କରିବା ପାଇଁ ୧୯୯୯ ମସିହାରେ କାନ୍ଧାହାର ବିମାନ ଅପହରଣ କରାଯାଇଥିଲା । ସେତେବେଳେ ଏହି ବିମାନ ଅପହରଣ କାର୍ଯ୍ୟକୁ ଆତଙ୍କବାଦୀ ସଙ୍ଗଠନ ଜୈଶ- ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ଭାଇ ଅଥାର ଇବ୍ରାହିମ କରିଥିଲା ।