ମାସୁଦ୍ ଆଜହରକୁ ମାଫି ମନା !  ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ପୁଣି ଥରେ ଅନୁରୋଧ କରିବ ଭାରତ ! 

161

କନକ ବ୍ୟୁରୋ : ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ପୁଣିଥରେ ଅନୁରୋଧ କରିବ ଭାରତ  । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି ଜୈସେ ଟ୍ରେନିଂ କ୍ୟାମ୍ପ ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ଟି ଦେଶ ଜାଣନ୍ତି  । ଏ ନେଇ ମାସୁଦ ଆଝାରକୁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ପକ୍ଷରୁ ଅନ୍ତର୍ଜାତୀୟ ଘୋଷଣା ପାଇଁ ପ୍ରସ୍ତାବ ଅଣାଯାଇଥିବା ସେ କହିଛନ୍ତି  ।

ପୁଲୱାମା ହମଲା ପରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ଟି ଦେଶ ନିନ୍ଦା ପ୍ରସ୍ତାବ ଆଣିଥିବା ସେ କହିଛନ୍ତି  । ଆତଙ୍କୀ ସଂଗଠନ ଚଳାଉ ଥିବା ମାସୁଦ ଆଝାରକୁ ୧୯୯୪ ମସିହାରେ ଗିରଫ କରାଯାଇଥିଲା କିନ୍ତୁ କାନ୍ଦାହାର୍ ଘଟଣା ପରେ ସେ ମୁକ୍ତ ହୋଇଥିଲା  । ୨୦୧୬ରେ ଉରି ସେନା କ୍ୟାମ୍ପ ଉପରେ ମାସୁଦ୍ ଈଶାରାରେ ଆକ୍ରମଣ କରାଯାଇଥିଲା ଓ ଏଥିରେ ୧୯ ଯବାନଙ୍କ ମୃତ୍ୟୁ ହୋଇଥିଲା  । ସେହିପରି ୨୦୧୬ରେ ପଠାନକୋଟ୍ ବାୟୁସେନା ଘାଟି ଉପରେ ମାସୁଦ୍ ଈଶାରାରେ ହମଲା ହୋଇଥିଲା ଓ ୭ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା  । ଏସବୁ ବ୍ୟତୀତ ଆହୁରି ଅନେକ ଭାରତ ବିରୋଧୀ ଷଡଯନ୍ତ୍ରର ସ୍ରଷ୍ଟା ହେଉଛି ମାସୁଦ୍  ।