ଭାବବିହ୍ୱଳ ହେଲେ ଚାମ୍ପିୟନ୍ ! ବକ୍ସିଂରେ ବିଶ୍ୱ ବିଜୟିନୀ ହେବା ପରେ କାନ୍ଦିପକାଇଲେ ମେରିକମ୍ ।

144

କନକ ବ୍ୟୁରୋ : ବକ୍ସିଂରେ ବିଶ୍ୱ ମୁକୁଟ ଜିତିବା ପରେ ଆତ୍ମବିଭୋର ହେଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍ । ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ଶନିବାର ସ୍ୱର୍ଣ୍ଣପଦକ ଜିତିବା ପରେ ଜାତୀୟ ପତାକା ତ୍ରିରଙ୍ଗାକୁ ଧରିବାବେଳେ ମେରିକମଙ୍କ ଆଖିରୁ ଝରି ଆସିଥିଲା ଲୁହ ଧାର । ଭାବବିହ୍ୱଳ ହୋଇ ମେରିକମ କହିଥିଲେ ମୋ ଦେଶ ଏବଂ ମୋର କଠିନ ସାଧନା ପଛରେ ହାତଥିବା ଐତିହାସିକ ସ୍ୱର୍ଣ୍ଣପଦକ ଉତ୍ସର୍ଗ କରୁଛି ।

ଦିଲ୍ଲୀରେ ଆୟୋଜିତ ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍ ପ୍ରତିଯୋଗିତାରେ ୪୮ କିଗ୍ରା ବର୍ଗ ଫାଇନାଲରେ ବିଜୟୀ ହୋଇଛନ୍ତି ମେରିକମ୍ । ସେ ୟୁକ୍ରେନର ହନ୍ନା ଔକୋତାଙ୍କୁ ୫-୦ରେ ହରାଇ ଦେଇଛନ୍ତି । ଏହି ବିଜୟ ସହ ସେ ମହିଳା ବକ୍ସିଂରେ ୬ଥର ଗୋଲ୍ଡ ମେଡାଲ ଜିତିବାର ରେକର୍ଡ କରିଛନ୍ତି । ୩୫ ବର୍ଷୀୟା ମେରିକମ୍ ବିଶ୍ୱର ମହିଳା ବକ୍ସିଂ ପ୍ରତିଯୋଗୀତାରେ ସବୁଠାରୁ ଅଧିକ ଗୋଲ୍ଡ ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୭ଟି ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିଥିବା ପ୍ରଥମ ମହିଳା ବକ୍ସର ହେଉଛନ୍ତି ମେରିକମ୍ । ମେରିକମ୍ ୬ଟି ଗୋଲ୍ଡ ଓ ଗୋଟିଏ ସିଲଭର ହାତେଇଥିବା ବେଳେ କେଟୀ ଟେଲରଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ପ୍ରଶଂସା କରିଛନ୍ତି ।