ବଜାରରେ ମିଳୁନି ମାରୁତି ସୁଜୁକିର ଏହି ଡିଜେଲ ଚାଳିତ କାର୍, କମ୍ପାନୀ କରିଦେଇଛି ବନ୍ଦ ! : ଜାଣନ୍ତୁ ଏହା ପଛର କାରଣ

56

ମାରୁତି ସୁଜୁକି ସବୁବେଳେ ଏମିତି ହିଁ କାର ନିର୍ମାତା କମ୍ପାନୀ ରୂପେ ପ୍ରତିଷ୍ଠିତ ଅଛି, ଯାହାର ମାସିକ ସବୁଠାରୁ ଅଧିକ କାର ଭାରତରେ ବିକ୍ରି କରାଯାଏ । ଏଥିରେ କମ୍ପାନୀର ଅଲଟୋ, ସେଲେରିଓ, ସ୍ୱିଫ୍ଟ, ଡିଜାୟାର ଏବଂ ଇଗନିସ୍ ସାମିଲ ଅଛି । ଏବେ ଏକ ଖବର ଆସିଛି ଯେ, ମାରୁତି ସୁଜୁକିର ପ୍ରସିଦ୍ଧ ଡିଜେଲ ଚାଳିତ ଗାଡି ଇଗନିସ୍ କୁ ବନ୍ଦ କରାଯିବାର କଥା କୁହାଯାଇଛି । ଏମିତି ହୋଇସାରିଛି । ମୁମ୍ବାଇର ଏକ ଡିଲରଙ୍କ କହିବାନୁସାରେ, ସେମାନେ ମାରୁତି ସୁଜୁକି ଇଗନିସ୍ ର ଡିଜେଲ ମଡେଲ ବୁକିଙ୍ଗ କରିବା ବନ୍ଦ କରିସାରିଛନ୍ତି କାହିଁକିନା ଏହି ଡିଜେଲ ମଡେଲ ପାଇଁ ଗ୍ରାହକଙ୍କ ଆଗ୍ରହ ବହୁତ କମିଯାଇଛି ।

ଇଗନିସ୍ ର ଡିଜେଲ ମଡେଲର ଦାମ ପାଖାପାଖି ୮ ଲକ୍ଷ ଟଙ୍କା, ଯାହା ଛୋଟ ଆକାରର ଡିଜେଲ କାରର ହିସାବରେ ବହୁତ ଅଧିକ ଅଛି । ଏମିତିରେ ଗ୍ରାହକ ପେଟ୍ରୋଲ ଚାଳିତ ଗାଡିର ଚୟନ କରୁଛନ୍ତି । ଏହା ଏପର୍ଯ୍ୟନ୍ତ ଜଣାପଡିନି ଯେ ଏହାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଉଛି ନା ସ୍ଥାୟୀ ରୂପେ ବନ୍ଦ କରାଯାଉଛି । ଜାନୁୟାରୀ ୨୦୧୭ରେ ଲଂଚ ହୋଇଥିବା ଏହି କାର ୪୦୦୦ ୟୁନିଟ୍ ମାସକୁ ବିକ୍ରି କରାଯାଉଥିଲା । ନୂଆ ଜେନେରେସନ୍ ସ୍ୱିଫ୍ଟ ଏବଂ ଡିଜାୟାର ଲଂଚ ହେବା ପରେ ଏହାର ଚାହିଦା କମିଯାଇଛି । ମାରୁତି ବ୍ୟତୀତ ବାକି କାର୍ କମ୍ପାନୀଗୁଡିକ ମଧ୍ୟ ଶସ୍ତା ଡିଜେଲ କାର୍ ବଜାରକୁ ଆଣୁଛନ୍ତି, ଯଦ୍ୱାରା ଇଗନିସ୍ ର ବିକ୍ରି ପ୍ରଭାବିତ ହୋଇଛି ।