ଭାରତୀୟ ସେନାରେ ନାରୀ ଶକ୍ତି ! ସହିଦଙ୍କ ପତ୍ନୀ ବନିଲେ ସେନା ଅଫିସର

76

କନକ ବ୍ୟୁରୋ: ସହିଦଙ୍କ ପତ୍ନୀ ହେଲେ ସେନା ଅଫିସର । କର୍ଣ୍ଣେଲ ମହାଦିକଙ୍କ ପତ୍ନୀ ସ୍ୱାତୀ ମହାଦିକ ଓ ସହିଦ ନାଏକ ମୁକେଶ ଦୁବେଙ୍କ ପତ୍ନୀ ନିଧୀ ଦୁବେ ସେନାରେ ସାମିଲ ହୋଇଛନ୍ତି । ଚେନ୍ନାଇ ସ୍ଥିତ ଅଫିସର ଟ୍ରେନିଂ ଏକାଡେମୀର ପାସିଂ ଆଉଟ ପରେ ୨ ସହିଦଙ୍କ ପତ୍ନୀ ଲେଫ୍ଟନାଂନଟ କର୍ଣ୍ଣେଲ ହୋଇଛନ୍ତି ।

କର୍ଣ୍ଣେଲ ସନ୍ତୋଷ ମହାଦିକ ଜମ୍ମୁକଶ୍ମୀରର କୁପୱାଡା ଠାରେ ୨୦୧୫ ନଭେମ୍ବର ୩ ତାରିଖରେ ଆତଙ୍କବାଦୀଙ୍କ ସହ ମୁକାବିଲାରେ ଗୁରୁତର ଆହତ ହୋଇଥିଲେ । ପରେ ସେ ଚିକିତ୍ସାଧିନ ଅବସ୍ଥାରେ ସହିଦ ହୋଇଥିଲେ । କର୍ଣ୍ଣେଲ ମହାଦିକଙ୍କ ଦେଶପ୍ରେମର ସ୍ୱପ୍ନକୁ ପୁରଣ କରିଛନ୍ତି ତାଙ୍କ ପତ୍ନୀ ସ୍ୱାତୀ ମହାଦିକ । ସେହିପରି ନାୟକ ମୁକେଶ ଦୁବେ ହାଇଦ୍ରାବାଦରେ କାର୍ଯ୍ୟରତ ଥିବା ବେଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।