ପୁତ୍ର ସନ୍ତାନ ଜନ୍ମ ଦେଲେ ସହିଦଙ୍କ ପତ୍ନୀ ! କହିଲେ, ପାକିସ୍ତାନ ଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ ପୁଅ

1,065

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣେ ସହିଦ ହୋଇଥିବା ଯବାନ୍ ରାଜେଶ ଯାଦବଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୁଅକୁ ହରାଇବାର ଦୁଃଖ ଥିଲେ ବି ପରିବାର ଲୋକେ ଏବେ ଖୁସି ଅଛନ୍ତି । ପୁତ୍ର ସନ୍ତାନ ଜନ୍ମ ପରେ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି ବଡ଼ହେଲେ ପୁଅକୁ ସେନାକୁ ପଠାଇବେ । ସେ ପାକିସ୍ତାନ ଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ ।

ଉତ୍ତରପ୍ରଦେଶର ଏଟା ନିବାସୀ ରାଜେଶ ଯାଦବ ୫ ଡିସେମ୍ବର ୨୦୧୮ରେ ପାକିସ୍ତାନର ସୀମାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ । ଆଉ ସେହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ସ୍ୱାମୀଙ୍କ ସହିଦ ହେବା ଦୁଖ ଥଲେ ମଧ୍ୟ ପିଲାର ମୁହଁ ଦେଖି ଟିକିଏ ଖୁସି ଅଛନ୍ତି ଶ୍ୱେତା ।  ପୁଅକୁ ଭାରତୀୟ ସେନାରେ ଜଣେ ବୀର ସୈନିକ ଭାବେ ଦେଖିବା ପାଇଁ ଚାହୁଛନ୍ତି  ବୋଲି ପ୍ରକାଶ କରିଛନ୍ତି ଶ୍ୱେତା  ।

ସହିଦ ରାଜେଶ ଯାଦବଙ୍କ ବାପା କହିଛନ୍ତି ପୁଅ ସହିଦ ହେବାର ଦୁଃଖ ଅଛି, ହେଲେ ନାତିକୁ ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଉଛି । ସବୁଠାରୁ ବଡ଼ ଖୁସିର କଥା ତଥା ଗର୍ବର ବିଷୟ ହେଲା ପୁଅକୁ ହରାଇ ଥିଲେ ମଧ୍ୟ ସେ ନାତିକୁ ବଡ଼ କରି ସେନାକୁ ପଠାଇବା ପାଇଁ ଚାହୁଁଛନ୍ତି  ।