ସହିଦଙ୍କ ପାଇଁ ଶେଷ ଲୁହ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ବୀର ଯବାନ ମନୋରଂଜନ ଲେଙ୍କାଙ୍କ ଅନ୍ତିମ ସଂସ୍କାର

86

କନକ ବ୍ୟୁରୋ: ଜନ୍ମ ମାଟିରେ ଜଳିଲା ସହିଦ୍ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର । ପଂଚଭୂତରେ ଲିନ ହେଲା ସହିଦ୍ଙ୍କ ପ୍ରାର୍ଥୀବ ଶରୀର । ମନୋରଞ୍ଜନଙ୍କ ମରଶରୀର ପେତୃକ ଗାଁ ରେମଣାରେ ପହଁଚିବା ପରେ ସମଗ୍ର ପରିବେଶ ଶୋକାକୂଳ ହୋଉପଡିଥିଲା । ସହିଦ୍ ଅମର ରହେ ଧୂନୀରେ ପ୍ରକମ୍ପିତ ହେଉଥିଲା ଜନ୍ମମାଟି । ସମ୍ପୂଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରଞ୍ଜନଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

 

ଛତିଶଗଡ ସୁକମା ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ମନୋରଂଜନ ଲେଙ୍କାଙ୍କୁ ଶେଷ ସମ୍ମାନ ଦିଆଯାଇଛି । ମନୋରଂଜନଙ୍କ ମରଶରୀର ରାୟପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅମର ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ସଂସଦୀୟ ମନ୍ତ୍ରୀ ବକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସହିଦ ମନୋରଂଜନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏହାସହ ରାଜ୍ୟ ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହାପରେ ତାଙ୍କ ପାର୍ଥୀବ ଶରୀରକୁ ପୈତୃକ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁକୁ ନିଆଯିବ । ଆଜି ସକାଳେ ରାୟପୁର ସିଆରପିଏଫ କ୍ୟାମ୍ପରେ ସହିଦୀଙ୍କୁ ଛତିଶଗଡ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ସ୍ୱତନ୍ତ୍ର ବିମାନ ଯୋଗେ ପୈତୃକ ଗାଁ ଅଭିମୁଖେ ପଠାଯାଇଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମାଓ ହମଲାରେ ସହିଦ ୨୧୨ ସିଆରାପିଏଫ ବାଟାଲିୟନର ଯବାନଙ୍କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ ।

ସେପଟେ ସହିଦଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ରେମୁଣା ନୂଆଗାଁରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଜନ୍ମ ଦିନରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି । ନୂଆଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । କେହି ବି ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ, ସେମାନଙ୍କ ବୀର ପୁଅ ଆଉ ନାହିଁ । ପାଇକ ଆଖଡା ସହ ପିଲାବେଳୁ ଜଡିତ ଥିବା ମନୋରଂଜନଙ୍କୁ ଝୁରୁଛି ସାରା ଅଂଚଳ । ପାଇକ ଆଖଡାଶାଳ ଆଜି ଖାଁ ଖାଁ । ସହିଦଙ୍କ ମରଶରୀର ପୁରୀରେ ପହଂଚିବା ପରେ ବାଟ ମଙ୍ଗଳା ପାଖରୁ ସହିଦଙ୍କୁ ଶୋଭାଯାତ୍ରାରେ ପୈତୃକ ଗାଁ ଯାଏଁ ନିଆଯିବ । ସେଠାରେ ମନୋରଂଜନଙ୍କ ମରଶରୀରକୁ କିଛି ସମୟ ପାଇଁ ରଖାଯିବ । ସେଠାରେ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିବେ । ପରେ ଗାଁ ଶ୍ମଶାନରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

ବାପାଙ୍କ ମୃତ୍ୟୁର ମାତ୍ର ଦିନ କେଇଟା ଭିତରେ ସହିଦ ହୋଇଗଲେ ପୁଅ । ଫେବୃଆରୀରେ ଛୁଟି ଆସିଥିବା ମନୋରଂଜନ ବାପାଙ୍କ ଶୁଦ୍ଧିକ୍ରୀୟା ସାରି ଗତ ୧୧ ତାରିଖ ସଂଧ୍ୟା ବେଳେ ଘରୁ ଛତିଶଗଡ ଯାଇଥିଲେ । ଗତକାଲି ସକାଳ ୧୧ଟା ବେଳେ ମାଆ ଓ ଭଉଣୀଙ୍କୁ ଫୋନ କରି ଭଲରେ ପହଂଚିଥିବା କହିଥିଲେ । ଏହାପରେ ଅପରେସନକୁ ଯାଉଥିବା କହି ଫୋନ ରଖିଥିଲେ ମନୋରଂଜନ । ମାଓ ଅପରେସନରେ ଗଲେ ଯେ, ଆଉ ଫେରିଲେନି, ଥାନାରୁ ଆସିଲା ପୁଅର ସହିଦ ଖବର । ଯାହା ପୁରା ପରିବାରକୁ ଶୋକ ସାଗରରେ ଭସେଇ ଦେଇଛି ।