ସହିଦଙ୍କୁ ବିଦାୟ : ପୈତୃକ ଗାଁରେ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ

17

କନକ ବ୍ୟୁରୋ : ସହିଦଙ୍କୁ ବିଦାୟ । ଭାରତ-ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ ସୀମାରେ ସହିଦ ହୋଇଥିବା ଲାନ୍ସ ନାୟକ ଟି.ରାଜେନ୍ଦ୍ର ନାରାୟଣଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି । ତାଙ୍କ ପୈତୃକ ଗାଁ ମହାରାଷ୍ଟ୍ର କୋଲ୍ହାପୁର ର କାର୍ବେ ଗାଁରେ ତାଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଛି  । ତାଙ୍କ ମରଶରୀର ଗାଁରେ ପହଂଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକଙ୍କ ଜନସମୁଦ୍ର ଦେଖିବା ପାଇଁ ମିଳିଛି  ।

ନିଜ ଜନ୍ମମାଟି ପାଇଁ ସହିଦ ହୋଇଥିବା ରାଜେନ୍ଦ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ପରିବାର ଓ ଗାଁଲୋକେ । ନଭେମ୍ବର ୬ ତାରିଖ ଦିନ ଜମ୍ମୁ ଓ କଶ୍ମୀର ପୁଂଚ ଅଂଚଳରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ମୁକାବିଲା ବେଳେ ସହିଦ ହୋଇଛନ୍ତି ରାଜେନ୍ଦ୍ର ନାରାୟଣ  । ୨୦୦୨ରେ ବେଲଗାଓଁରେ ମରାଠା ଲାଇଟ ଇନଫେନଟ୍ରିରେ ସାମିଲ ହୋଇଥିଲେ ରାଜେନ୍ଦ୍ର ନାରାୟଣ  ।