ସହିଦ୍ ଶତେନ୍ଦ୍ର କଶ୍ୟପଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ ! ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦି ପତ୍ନୀ ସୋନିଆ କହିଲେ , ମୋତେ ଏକାକୀ କରି କୁଆଡେ ଚାଲିଗଲ

335

ମୋତେ ଏକାକୀ କରି କୁଆଡେ ଚାଲିଗଲ , ଏବେ ମୁଁ କେଉଁଠି ଯିବି କ’ଣ କରିବି? ଏ ପ୍ରଶ୍ନ ଏବଂ ଶବ୍ଦ ସହିଦ୍ ଶତେନ୍ଦ୍ର କଶ୍ୟପଙ୍କ ପତ୍ନୀ ସୋନିଆଙ୍କର ଥିଲା । ସୋନିଆ ସ୍ୱାମୀ ଶତେନ୍ଦ୍ରଙ୍କ ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଭରିଯାଇଥିଲା ।

ବାରମ୍ବାର ସ୍ୱାମୀଙ୍କୁ ଆଉଁସି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ ସୋନିଆ । କିୱାନା ଗାଁରେ ସହିଦ୍ ଶତେନ୍ଦ୍ରଙ୍କ ପାର୍ଥୀବ ଶରୀରକୁ ସର୍ବପ୍ରଥମେ ୧୦ ମିନିଟ୍ ପର୍ଯ୍ୟନ୍ତ ଘର ସାମ୍ନାରେ ରଖାଗଲା । ଗ୍ରାମବାସୀଙ୍କ ଅନ୍ତିମ ଦର୍ଶନ ପାଇଁ ପାର୍ଥୀବ ଶରୀରକୁ ରଖାଗଲା ।

ଅନ୍ୟପକ୍ଷରେ ସହିଦ୍ ଶତେନ୍ଦ୍ର କଶ୍ୟପଙ୍କ ଶେଷ ଦର୍ଶନ ପାଇଁ ମହିଳାଙ୍କ ଭିଡ ଜମିଥିଲା । ସୋନିଆ ସ୍ୱାମୀଙ୍କୁ ତ୍ରିରଙ୍ଗାରେ ଘୋଡା ହୋଇଥିବା ଦେଖି ଚେତାଶୂନ୍ୟ ଯାଇଥିଲେ । ମହିଳାମାନେ ତାଙ୍କୁ ସମ୍ଭାଳିଥିଲେ । ଏହାପରେ ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଗ୍ରାମବାସୀଙ୍କ ଭିଡ ଜମିଥିଲା ।

ସହିଦ୍ ଶତେନ୍ଦ୍ର କଶ୍ୟପଙ୍କ ପାର୍ଥୀବ ଶରୀରକୁ ଦେଖି ଭଉଣୀ ରେଖା ଏବଂ ରାକ୍ଷୀ ଖୁବ୍ କାନ୍ଦିଥିଲେ । ଦୁହେଁ କାନ୍ଦି କାନ୍ଦି କହୁଥିଲେ ମୋ ଭାଇ ସିଂହ , ଆମକୁ ଏଭଳି ଛାଡି ଯାଇପାରିବ ନାହିଁ । ଏପଟେ ବାପା ମୁନିରାମ ବଡପୁଅର ପାର୍ଥୀବ ଶରୀରକୁ ଦେଖି ନିଜ ଆଖିରୁ ଅଶ୍ରୁଧାରକୁ ରୋକିପାରୁନଥିଲେ । ସହିଦ୍ ଙ୍କ ସମ୍ନାନାର୍ଥେ ଗାଁର ଯୁବକମାନେ ବାଇକ୍ ରାଲି ବାହାର କରି ତ୍ରିରଙ୍ଗା ଯାତ୍ରା କରିଥିଲେ ।