ବିଧାନସଭା ଲିଫ୍ଟ ଭିତରେ ଫଶିଗଲେ ମାର୍ଶାଲ ! ୧ ଘଂଟା ୨୦ ମିନିଟ୍ ପରେ କରାଗଲା ଉଦ୍ଧାର

39

କନକ ବ୍ୟୁରୋ : ଆଜି ଓଡିଶା ବିଧାନସଭାରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଲିଫ୍ଟ ଭିତରେ ଫଶି ଯାଇଥିଲେ ଓଡିଶା ବିଧାନସଭାର ମାର୍ଶାଲ । ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଘଟଣା ଘଟିଥିଲା ।  ଯେତେ ଯାହା ଚେଷ୍ଟା କଲେବି ଆଉ ଲିପ୍ଟ ଖୋଲି ନଥିଲା । ବ୍ୟସ୍ତ ହୋଇ ପଡିଥିଲେ ମାର୍ଶାଲ ଦେବାଶିଷ୍ ପ୍ରଧାନ । ଲିଫ୍ଟ ଭିତରେ ରହି ଡାକିବାକୁ ଚେଷ୍ଟା କରୁଥିଲେ । ବାହାରୁ ମଧ୍ୟ ଯେତେ ଚେଷ୍ଟା କଲେ ବି ଆଉ ଲିଫ୍ଟ କାମ କରିନଥିଲା।

ଏହାପରେ ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମବିଭାଗ କର୍ମଚାରୀମାନେ ପହଁଚିବା ପରେ ଆରମ୍ଭ ହୋଇଥିଲା ମାର୍ଶାଲଙ୍କୁ ଉଦ୍ଧାରକାର୍ଯ୍ୟ । ଆଉ କିଛି ବାଟ ନପାଇ ଲିଫ୍ଟକୁ ଭାଙ୍ଗି ଦିଆଯାଇଥିଲା । ଆଉ ଭିତରେ ଭୟଭୀତ ଅବସ୍ଥାରେ ଥିଲେ ମାର୍ଶାଲ । ଏହି ପ୍ରକ୍ରିୟା ପ୍ରାୟ ଦେଢ଼ ଘଂଟା ଧରି ଚାଲିଥିଲା । ଏବଂ ଶେଷରେ ମାର୍ଶାଲଙ୍କୁ ଉଦ୍ଧାର କରାଯାଇଥିଲା । ବିଧାନସଭାରେ ପୂର୍ବରୁ ମଧ୍ୟ ଏହିଭଳି ଏକ ଘଟଣା ଘଟିଥିଲା । ଜଣେ କର୍ମଚାରୀ ପ୍ରାୟ ଘଂଟାଏ କାଳ ଲିଫ୍ଟ ଭିତରେ ଫଶି ଯାଇଥିଲେ । ଏବେ ପୁଣି ଅନୁରୂପ ଘଟଣା ଘଟିଛି ।