କେନ୍ଦ୍ରାପଡା ପାଟକୁରାରେ ମର୍ମନ୍ତୁଦ ଦୁର୍ଘଟଣା : ମାର୍ଶାଘାଇ କ୍ରସିଂ ନିକଟରେ ଦୋକାନ ଉପରକୁ ମାଡିଗଲା ହାଇୱା,ଡ୍ରାଇଭର ସହ ଦୋକାନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

26

କନକ ବ୍ୟୁରୋ : ଦୋକାନ ଉପରକୁ ମାଡିଗଲା ହାଇୱା । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ଦୋକାନ ଉପରକୁ ଏକ ହାଇୱା ମାଡିଯିବାରୁ ଘଟଣାସ୍ଥଳରେ ଦୋକାନୀ ସହ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୫ ନମ୍ବର ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂ ନିକଟରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ରାଜପଥ କଡରେ ଥିବା ଏକ ଦୋକାନ ଉପରକୁ ମାଡି ଯାଇଥିଲା ।