ପ୍ରଥମ ଥର ପାଇଁ ପୃଥିବୀରେ ଶୁଭିଲା ମଙ୍ଗଳ ଗ୍ରହର ପବନର ଶବ୍ଦ । ସୂଚନା ଦେଲା ନାସା, ଜାଣନ୍ତୁ କିଭଳି ଶୁଣିବେ ମଙ୍ଗଳ ଗ୍ରହର ପବନର ଶବ୍ଦ

206

ପ୍ରଥମ ଥର ପାଇଁ ପୃଥିବୀରେ ଶୁଭିଲା ମଙ୍ଗଳ ଗ୍ରହର ପବନର ଶବ୍ଦ । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ଗ୍ରହର ପବନର ଶବ୍ଦକୁ ରେକର୍ଡ କରି ପୃଥିବୀ ପୃଷ୍ଠକୁ ପଠାଇଛି । ଏହାଦ୍ୱାରା ପୃଥିବୀ ପୃଷ୍ଠରେ ରହୁଥିବା ଲୋକମାନେ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହର ପବନର ଶବ୍ଦ ଶୁଣିପାରିବେ । ଏନେଇ ନାସା ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ନାସାର ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଘଣ୍ଟାକୁ ୧୦ରୁ ୧୫ ମାଇଲ ବେଗରେ ବହୁଥିବା ପବନର ଗତିକୁ ରେକର୍ଡ କରିଛି । ମଙ୍ଗଳ ଗ୍ରହର ପବନର ଶବ୍ଦକୁ www.nasa.gov/insightmarswind ଏହି ଲିଙ୍କରେ କ୍ଲିକ୍ କରି ସାଧାରଣ ଲୋକେ ଶୁଣିପାରିବେ । ପବନରେ କୌଣସି ପତାକା ଉଡୁଥିବାର ଶବ୍ଦ ସହ ମଙ୍ଗଳ ଗ୍ରହର ଶବ୍ଦ ମେଳ ଖାଉଛି ।

ନାସା ଏହି ଲ୍ୟାଣ୍ଡରକୁ ୨୬ ନଭେମ୍ବରରେ ମଙ୍ଗଳ ଗ୍ରହକୁ ପଠାଇଥିଲା । ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଭୂକମ୍ପ ବାବଦରେ ଜାଣିବା ଓ ଗ୍ରହର ଉପର ପାଶ୍ୱର୍ରୁ ନିର୍ଗତ ହେଉଥିବା ଗରମ ଧୂଆଁ ବାବଦରେ ଜାଣିବା ପାଇଁ ଅଧ୍ୟୟନ କରାଯାଉଛି । ଏହା ପୂର୍ବରୁ ମଧ୍ୟ ନାସାର ବାଇକିଙ୍ଗ ୧ ଓ ୨ ଲ୍ୟାଣ୍ଡର ୧୯୭୬ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିବା ସହ ଏଠାରେ ପବନ ବହୁଥିବାର ସଙ୍କେତ ଦେଇଥିଲେ ।