୧୫ ବର୍ଷ ପରେ ଆଜି ଘଟିବ ବିରଳ ମହାଜାଗତିକ ଦୃଶ୍ୟ: ୨୦୦୩ ପରେ ପୃଥିବୀର ନିକଟତର ହେବ ମଙ୍ଗଳ, ସନ୍ଧ୍ୟା ପରେ ୨ଗୁଣ ବଡ ଦେଖାଯିବ ମଙ୍ଗଳ ଗ୍ରହ

231

ଆଜି ଘଟିବାକୁ ଯାଉଛି ଏକ ମହାଜାଗତିକ ଦୃଶ୍ୟ । ଆଜି ପାଖାପାଖି ହେବେ ପୃଥିବୀ ଓ ମଙ୍ଗଳା । ୧୫ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହ ଆଜି ପୃଥିବୀ ନିକଟତର ହେବ । ଫଳରେ ଆଜି ମଂଗଳ ଗ୍ରହ ବଡ଼ କରି ଦେଖାଯିବ । ପୃଥିବୀ ଠାରୁ ୫୭.୬ ମିଲିୟନ କିଲୋମିଟର ଦୂରରେ ଆଜି ରହିବ ମଂଗଳ । ଆପଣ ମଧ୍ୟ ଖାଲି ଆଖିରେ ଆଜି ମଙ୍ଗଳ ଗ୍ରହକୁ ଦେଖିବାର ସୁଯୋଗ ପାଇପାରିବେ । ୨୦୦୩ ରେ ଏପରି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ପୁଣି ଥରେ ଆଜି ତଥା ଦୀର୍ଘ ୧୫ ବର୍ଷ ପରେ ଆଜି ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ।

ତେବେ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୋଇଥାଏ । ସେପଟେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ମଙ୍ଗଳ ପୂର୍ବ ଦିଗରେ ଉଦୟ ହୋଇଥାଏ । ଏବଂ ପୂରା ରାତି ଆକାଶରେ ରହିବା ପରେ ପଶ୍ଚିମରେ ଅସ୍ତ ହୋଇଯାଇଥାଏ । କାରଣ ମଙ୍ଗଳ ଏବଂ ସୂର୍ଯ୍ୟ ଉଭୟ ଆକାଶର ବିପରିତ ଦିଗରେ ଦେଖା ଦେଇଥାନ୍ତି । ଯଦି ପୃଥିବୀ ଏବଂ ମଙ୍ଗଳ ଉଭୟ ନିଜ କକ୍ଷ ପଥରେ ଗୋଲ ଗୋଲ ବୁଲିପାରନ୍ତେ ତେବେ ଆଶା କରାଯାଉଛି କି ଦୁଇ ଗ୍ରହ ପରଷ୍ପର ସହ ମିଶି ପାରନ୍ତେ ।

ଆଜି ସନ୍ଧ୍ୟାରେ ଖାଲି ଆଖିରେ ମଙ୍ଗଳ ଗ୍ରହକୁ ଦେଖାଯାଇପାରିବ । ଯଦି କୌଣସି ବ୍ୟକ୍ତି ଏହି ଗ୍ରହକୁ ଦେଖିବାର ସୁଯୋଗ ହରାଇଦିଅନ୍ତି ତେବେ ଆପଣ ୬ ଅଗଷ୍ଟ ୨୦୨୦ରେ ପୂନର୍ବାର ଦେଖିପାରିବେ ।