ବିମାନ ଭିତରେ ଭିନ୍ନ ଅନ୍ଦାଜରେ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ! ପ୍ରେମିକା ଦେଲେ ଏଭଳି ଜବାବ୍ , ଭିଡିଓ ହେଲା ଭାଇରାଲ୍ ।

39

ସବୁ ମହିଳାଙ୍କ ଜୀବନର ସ୍ୱପ୍ନ ଥାଏ ତାଙ୍କ ସାଥୀ ଭିନ୍ନ ଅନ୍ଦାଜରେ ତାଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତୁ । କିନ୍ତୁ ଏହା ବହୁତ କମ ଭାଗ୍ୟଶାଳୀ ମହିଳାଙ୍କ ଜୀବନରେ ସମ୍ଭବ ହୋଇଥାଏ । ସେହିପରି ଏକ ଘଟଣା ନିକଟରେ ଏକ ଇଣ୍ଡିଗୋ ବିମାନରେ ଦେଖାଯାଇଛି । ଇନ୍ଦୋରରେ ବୋଡ଼ିଙ୍ଗ ପାଇଁ ଥିବା ଏକ ବିମାନ ମଧ୍ୟରେ ନାଗପୁରର ନରେନ୍ଦ୍ର ଆନନ୍ଦାନି ତାଙ୍କ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ବିମାନରେ ବୋଡ଼ିଙ୍ଗ୍ ସମୟରେ ସୁରକ୍ଷା ସୂଚନା ବଦଳରେ ହଠାତ୍ ବାଜିଥିଲା ‘ମୁଝସେ ସାଦି କରୋଗି..’ ଗୀତ ।ଏହି ଘଟଣାଟିର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।ସୂଚନା ଅନୁଯାୟୀ , ନାଗପୁରରୁ ନରେନ୍ଦ୍ର ଆନନ୍ଦାନ ନାମକ ଜଣେ ବ୍ୟକ୍ତି ଇଣ୍ଡିଗୋ ବିମାନରେ ଇନ୍ଦୋରରୁ ଗୋଆ ଯାତ୍ରା କରୁଥିବା ତାଙ୍କ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ଆସିଥିଲେ । ସେ ତାଙ୍କ ସାଥୀଙ୍କୁ ସରପ୍ରାଇଜ୍ ଦେବା ପାଇଁ ବିମାନ କର୍ମଚାରୀଙ୍କ ସହ ପୂର୍ବଆଲୋଚନା କରିବା ସହ ବୋଡ଼ିଙ୍ଗ୍ ସମୟରେ ବିମାନ ମଧ୍ୟରେ ଯାଇ ପହଞ୍ଚିଥିଲେ । ତାଙ୍କ ପ୍ରେମିକା ବିମାନ ମଧ୍ୟକୁ ପ୍ରବେଶ କରିବା ପରେ ପରେ ହଠାତ୍ ନରେନ୍ଦ୍ର ମାଇକ୍ରୋଫୋନ୍ ଜରିଆରେ ‘ମୁଝସେ ସାହି କରୋଗି’ ଗୀତ ଗାଇଥିଲେ । ଯାହା ଶୁଣିବା ପରେ ପ୍ରେମିକା ଜଣଙ୍କ ସନ୍ଦେହରେ ଗେଟ ଆଡକୁ ଗତି କରିଥିଲେ ସେଠାରେ ସେ ନରେନ୍ଦ୍ରକୁ ଆଣ୍ଠେଇ ବସିବା ସହ ହାତରେ ଗୋଲାପ ଫୁଲ ଧରିବାର ଦେଖିଥିଲେ । ପ୍ରେମିକା ଜଣଙ୍କ ଏହା ବିଷୟରେ ବିଲକୁଲ ଅଜ୍ଞାତ ଥିବାରୁ ସେ ଆଶ୍ଚର୍ୟ୍ୟ ହେବା ସହ ନରେନ୍ଦ୍ରଙ୍କ ବିବାହ ପ୍ରସ୍ତାବକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଥିଲେ । ବିମାନ ବନ୍ଦରର ମୁଖ୍ୟ ଅରମାୟା ସନ୍ୟାଲ୍ ନରେନ୍ଦ୍ରଙ୍କୁ ସାହାଯ୍ୟ କରିଥିବାରୁ ନରେନ୍ଦ୍ର ଏବଂ ତାଙ୍କ ପ୍ରେମିକାବିମାନ କର୍ମଚାରୀଙ୍କର ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଛନ୍ତି ।