ଏସସିବି କାଜୁଆଲଟିରୁ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର ହେଲେ କେନ୍ଦୁଝରର ଗୁରୁତର ଯୁବକ । ପରକୀୟା ପ୍ରୀତିରୁ ପ୍ରେମିକ ଯୌନାଙ୍ଗ କାଟି ଦେଇଥିଲେ ମହିଳା

ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ପୁଲିସ

361

କନକ ବ୍ୟୁରୋ: କଟକ ଏସସିବି କାଜୁଆଲଟିରୁ ସର୍ଜରୀ ବିଭାଗକୁ ସ୍ଥାନାନ୍ତର ହେଲେ କେନ୍ଦୁଝର ଚନ୍ଦନପୁରର ଗୁରୁତର ଯୁବକ । ପରକୀୟା ପ୍ରିତୀରୁ ପ୍ରେମିକ ରାଜେନ୍ଦ୍ର ନାୟକଙ୍କ ଯୌନାଙ୍ଗ କାଟି ଦେଇଥିଲେ ପ୍ରେମିକା ବିବାହିତ ମହିଳା । ବୁଧବାର ଦିନ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଗତକାଲି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜେନ୍ଦ୍ରଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଏବେ ରାଜେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଆଉ ଯୌନାଙ୍ଗ ଲାଗି ପରିବ ନାହିଁ । ଘଟଣାକୁ ୩୬ ଘଂଟା ବିତି ଯାଇଥିବାରୁ ଯୌନାଙ୍ଗ ଲାଗି ପାରିବ ନାହିଁ ବୋଲି ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇ ଦିଆଯାଇଥିବା କହିଛନ୍ତି କଟକ ବଡ ମେଡିକାଲ ଡାକ୍ତର । ସୋମବାର ଦିନ ରାଜେନ୍ଦ୍ରଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯିବ । ସେପଟେ ରାଜେନ୍ଦ୍ରଙ୍କ ଯୌନାଙ୍ଗ କାଟି ଦେଇଥିବା ମହିଳାଙ୍କୁ ଗିରଫ କରିଛି ହରିଚନ୍ଦନପୁର ପୁଲିସ । ଏହାସହ ଗିରଫ କମଳା ପାତ୍ରଙ୍କ ପାଖରୁ ଏକ ମାରଣାସ୍ତ୍ର ମଧ୍ୟ ଗିରଫ କରାଯାଇଛି ।

କେନ୍ଦୁଝର ଝାରବେଡାରେ ଏଭଳି ଘଟଣା ଘଟିଥିଲା । ଚେନ୍ନାଇରେ କାମ କରୁଥିବା ରାଜେନ୍ଦ୍ର ନାୟକଙ୍କ ହରିଚନ୍ଦପୁରର ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ଥିଲା । ତେବେ ସେ ଚେନ୍ନାଇରୁ ୪ଦିନ ପାଇଁ ଘରକୁ ଆସିଥିବା ବେଳେ ହରିଚନ୍ଦନପୁରରେ ରହୁଥିବା ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ଏହି ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସଂପୃକ୍ତ ମହିଳା ରାଜେନ୍ଦ୍ରଙ୍କ ମଦ ପିଆଇ ତାଙ୍କ ଯୌନାଙ୍ଗ କାଟି ଦେଇଥିଲେ ।