କେନ୍ଦୁଝରରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତିରୁ ଯୁବକଙ୍କ ଯୌନାଙ୍ଗକୁ କାଟିଦେଲେ ବିବାହିତ ମହିଳା, ଗୁରତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତି ହେଲେ ଯୁବକ

ପରକ୍ରିୟା ପ୍ରୀତିରୁ ଅଭାବନୀୟ ଘଟଣା

980

କନକ ବ୍ୟୁରୋ : ପରକ୍ରିୟା ପ୍ରୀତିରୁ ଅଭାବନୀୟ ଘଟଣା । ଯୁବକଙ୍କ ଯୌନାଙ୍ଗ କାଟିଦେଲେ ବିବାହିତ ମହିଳା । ଘଟଣା ଘଟିଛି କେନ୍ଦୁଝରର ଝାରବେଡାରେ । ମିଳିଥିବା ସୂଚନା ଅନୁସାରେ ଚେନ୍ନାଇରେ କାମ କରୁଥିବା ରାଜେନ୍ଦ୍ର ନାୟକ ୪ଦିନ ପାଇଁ ଘରକୁ ଆସିଥିଲେ । ଆଉ ଏହି ସମୟରେ ବୁଲିବା ପାଇଁ ହରିଚନ୍ଦନପୁରରେ ରହୁଥିବା ଏହି ବିବାହିତ ମହିଳାଙ୍କ ନିକଟକୁ ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ସେହି ବିବାହିତ ମହିଳାଙ୍କ ସହ ପୂର୍ବରୁ ମଧ୍ୟ ରାଜେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ।

 

ତେବେ ପରେ ଯୁବକଙ୍କ ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରି ବିବାହିତା ଯୁବତୀ ଜଣଙ୍କ ତାଙ୍କ ସହ ବଚସା କରିଥିଲେ । ପରେ ମଦ୍ୟପାନ କରାଇ ତାଙ୍କ ଗୁପ୍ତାଙ୍ଗ ଛୁରିରେ କାଟିଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ହେଲେ ପରେ ଗୁରୁତର ହେବାରୁ ଯୁବକଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଘଟଣା ପୁରା ଅଚଂରେ ଚାଂଚଲ୍ୟ ଖେଳାଇ ଦେଇଛି ।