ବାହାଘରେ ଖୁଚୁରା ଚିନ୍ତା ! କାଳ ହୋଇଛି କଳାଧନ ପାଇଁ ନୂଆ ନିୟମ

17

କନକ ବ୍ୟୁରୋ : କଳାଧନକୁ ପଦାକୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ଏ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା ମିଳିଛି । ତେବେ ରାତି ଅଧିଆ ନୋଟ୍ ଅଚଳ ହୋଇଯିବା ପରେ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ତେବେ ବିବାହ ସିଜିନରେ ଘରେ ଉତ୍ସବ ଅପେକ୍ଷା ଥିବା ଲୋକଙ୍କ ଟେନସନ୍ ଅଧିକ । କାରଣ ବ୍ୟାଙ୍କକୁ ମିଳିବ ଦିନକୁ ମାତ୍ର ୨ହଜାର ଟଙ୍କା ।

vlcsnap-2016-11-10-20h08m35s183ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀର ରଥ ପରିବାର । ପାଂଚ ଭାଇ ପାଂଚ ବୋହୂକୁ ନେଇ ଏକ ଯୌଥ ପରିବାର । ମଝିଆ ଭାଇଙ୍କ ଝିଅ ବାହାଘର ଡିସେମ୍ବର ୨୦ ତାରିଖରେ । ସୁନାଗହଣା, ଲୁଗାପଟା କିଣା କିଣି ସରିଛି । ହେଲେ ଅନେକ ଆୟୋଜନ ଏବେ ବି ଅଧାରେ । ବ୍ୟାଙ୍କରୁ ଉଠାଇ ମୁରବୀ ଲକ୍ଷାଧିକ ଟଙ୍କା ରଖିଛନ୍ତି ଘରେ । ଲକ୍ଷ୍ୟ ଥିଲା ମଣ୍ଡପ ସାଜସଜା ପାଇଁ ଟେଣ୍ଟ୍ ହାଉସ୍ ଓ ଭୋଜି ଭାତ ପାଇଁ କ୍ୟାଟ୍ରିଙ୍ଗ ବାଲାଙ୍କୁ ବହଣା ଦେବେ । ହେଲେ ଟଙ୍କା କେହି ନେଉ ନାହାନ୍ତି । ସେପଟେ ବ୍ୟାଙ୍କରେ ବଦଳ କଲେ ନିୟମ ମୁତାବକ ଦିନକୁ ମିଳିବ ୪ ହଜାର ଟଙ୍କା । ଏବେ ଖୁଚୁରା ଖର୍ଚ୍ଚ କେମିତି କରିବେ । ସେହି ଚିନ୍ତାରେ ପୁରା ପରିବାର ।

vlcsnap-2016-11-10-20h08m44s942ସେପଟେ ସମାନ ପରିସ୍ଥିତି ବ୍ରହ୍ମପୁରର ଏକ ପରିବାରର । ଆସନ୍ତାକାଲି ଝିଅ ବାହାଘର । ଘରେ ବନ୍ଧୁ ବାନ୍ଧବଙ୍କ ଭିଡ । ସମସ୍ତେ ବ୍ୟସ୍ତ ନିଜ କାମରେ । ହେଲେ କନ୍ୟାପିତା ତଥା ଘରର ମୁଖିଆଙ୍କୁ ଟଙ୍କା ଚିନ୍ତା ଘାରିଛି । କାରଣ କାର୍ଡ ସ୍ୱାଇପ୍ କରି ସବୁ କାମ କରି ହେବନି । ବାହା ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ଡିପୋଜିଟ୍ କଲେ ଦିନକୁ ମିଳିବ ୪ ହଜାର ଟଙ୍କା । ଏପରିସ୍ଥିତିରେ ରାତି ପାହିଲେ ଚେନ୍ନାଇରୁ ଆସି ପହଂଚିବେ ବରଯାତ୍ରୀ ।

କେବଳ ଏହି ଦୁଇ ପରିବାର ନୁହଁନ୍ତି, ଏମିତି ଅନେକ ଲୋକଙ୍କ ପାଇଁ କାଳ ହୋଇଛି କଳାଧନ ପାଇଁ ଏହି ନୂଆ ନିୟମ । ହୁଏତ ଦୁଇ ତିନି ସପ୍ତାହ ଭିତରେ ଏ ପରିସ୍ଥିତିରେ ସୁଧାର ଆସିଯିବ । ହେଲେ ବିନା ଖୁଚୁରାରେ ଏମାନେ କେମିତି କରିବେ ଉତ୍ସବର ଆୟୋଜନ ।

ଏହା ସହ ଦେଖନ୍ତୁ ଆତଙ୍କିତ କଳାଟଙ୍କା ମହଜୁଦକାରୀ : ପୋଡିଲେ ବସ୍ତା ବସ୍ତା ଟଙ୍କାର ନୋଟ