ଥାନା ଭିତରେ ବାହାଘର ! ପୋଲିସ ମଧ୍ୟସ୍ଥତାରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀଯୁଗଳ

64

କନକ ବ୍ୟୁରୋ : ଥାନା ଭିତରେ ବାହାଘର । ପୋଲିସ ମଧ୍ୟସ୍ଥତାରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀଯୁଗଳ । ଯାଜପୁର ରୋଡ୍ ଥାନାରେ ହୋଇଥିବା ଏହି ବାହାଘର ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ପାଲଟିଛି । ଦାନଗଦୀରେ ରହୁଥିବା ଦୁଇ ପଡୋଶୀଙ୍କ ପୁଅ ଝିଅ ପରସ୍ପରକୁ ପ୍ରେମ କରୁଥିଲେ । ହେଲେ ପରିବାର ପକ୍ଷରୁ ସ୍ୱୀକୃତି ନମିଳିବାରୁ ଉଭୟ ଘର ଛାଡି ଫେରାର ହୋଇଥିଲେ ।

ତେବେ ଏ ସଂପର୍କରେ ଥାନାରେ କନ୍ୟାପିତାଙ୍କ ଅଭିଯୋଗ ପରେ ଖୋଜିଥିଲା ପୋଲିସ । ହେଲେ ଉଭୟଙ୍କୁ ଠାବ ପରେ ସେମାନେ ସାବାଳକ ହୋଇଥିବା ଜଣା ପଡିଥିଲା । ଆଉ ଉଭୟଙ୍କ ମତାମତ ନେବା ପରେ ପୋଲିସ ମଧ୍ୟସ୍ଥତା କରିଥିଲା । ଉଭୟଙ୍କ ପରିବାରକୁ ବୁଝାସୁଝା କରିବା ପରେ ଓକିଲ ଓ ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଥାନାରେ ହିଁ ବାହାଘର ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-