ଦୁନିଆର ସବୁଠାରୁ ଛୋଟ ବିବାହ ! ୧୫ ମିନିଟରେ ହୋଇଗଲା ଛାଡପତ୍ର ।

46

କୁହାଯାଏ ବିବାହ ହେଉଛି ସାତଜନ୍ମର ବନ୍ଧନ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ଧରି ବର କନ୍ୟାକୁ ବିବାହ କରିଥାଏ । କିନ୍ତୁ ସବୁ ସ୍ଥାନରେ ଏହି ସାତଜନ୍ମର ବନ୍ଧନ ଅତୁଟ ରହିବ ତାହା କୁହାଯାଇ ପାରିବ ନାହିଁ । କିଛି ଲୋକଙ୍କ ବୈବାହିକ ଜୀବନ ବେଶି ସମୟ ଧରି ତିଷ୍ଠି ପାରି ନଥାଏ । ବର୍ତ୍ତମାନ ଦୁବାଇର ଏକ ଦମ୍ପତି ଏହି ଅଜବ ବିବାହର ବନ୍ଧନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଦମ୍ପତିଙ୍କ ବୈବାହିକ ସଂପର୍କ କେବଳ ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲି ପାରିଲା । କିଛି ଲୋକଙ୍କ କହିବାନୁସାରେ ଏହା ଦୁନିଆର ସବୁଠାରୁ ଛୋଟ ବାହାଘର । ବିବାହର ୧୫ ମିନିଟ୍ ପରେ ହୋଇଥିବା ଛାଡପତ୍ରର କାରଣ ଜାଣିଲେ ଆପଣ ରାଗିବେ ନିଶ୍ଚୟ ।

ବିବାହ ପୂର୍ବରୁ ବର ଏବଂ କନ୍ୟା ପିତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତିରେ ବର କନ୍ୟାପିତାଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ କଥାବାର୍ତ୍ତା ହୋଇଥିଲା । ଯେଉଁଥିରେ ବିବାହ ପୂର୍ବରୁ ୫୦ ହଜାର ଏବଂ ବିବାହ ପରେ ୫୦ ହଜାର ଟଙ୍କା ଦିଆଯିବାର କଥାବାର୍ତ୍ତା ହୋଇଥିଲା । ଏହି ବିବାହ କୋର୍ଟରେ ହୋଇଥିବାରୁ କୋର୍ଟ ଭିତରେ ବର ଅଧା ଟଙ୍କା ଦେଇଥିବା ବେଳେ ଆଉ ଅଧା ଟଙ୍କା ବିବାହ ଶେଷ ହେବା ପରେ କୋର୍ଟ ବାହାରେ ଶ୍ୱଶୁର ବରକୁ ମାଗିଥିଲେ । କିନ୍ତୁ ଗାଡିରେ ଟଙ୍କା ଥିବାରୁ ବର ଜଣକ କହିଲେ , “ମୁଁ ଟଙ୍କା ହାତରେ ଧରି ବୁଲୁନି ଗାଡି ପାଖକୁ ଚାଲନ୍ତୁ ଦେବି ।” କିନ୍ତୁ ଶ୍ୱଶୁରଙ୍କୁ ଏହି କଥା ଖରାପ ଲାଗିବା ହେତୁ ସେ କହିଲେ ବର୍ତ୍ତମାନ ମୋତେ ଟଙ୍କା ଆଣିଦିଅ । ସବୁ ଅତିଥିଙ୍କ ଆଗରେ ଶ୍ୱଶୁରଙ୍କ ଏଭଳି ତାତ୍ସଲ୍ୟକୁ ଜ୍ୟୋଇଁ ସହି ନ ପାରି ଗାଡି ପାଖକୁ ଯିବା ବଦଳରେ କୋର୍ଟ ଭିତରକୁ ଯାଇ ସଙ୍ଗେ ସଙ୍ଗେ ଛାଡପତ୍ର ପାଇଁ ଅପିଲ୍ କରିଥିଲେ ଏବଂ ତାଙ୍କ ବୈବାହିକ ସଂପର୍କ ୧୫ ମିନିଟ୍ ଭିତରେ ହିଁ ଶେଷ ହୋଇଗଲା ।