ରସଗୋଲା ପାଇଁ ଭାଙ୍ଗିଗଲା ବାହାଘର ! ଘଟିଲା କିଛି ଏଭଳି ଘଟଣା, ବିନା ବିବାହରେ ଘରକୁ ଫେରିଲା ବର ।

4

ଧୁମଧାମରେ ବରଯାତ୍ରୀ ପହଞ୍ଚିଲା, ଏବଂ ସାହାନାଇ ସହ ବାହାଘରର ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେଉଥିଲା । କିନ୍ତୁ ଏହି ସମୟରେ ଘଟିଲା କିଛି ଏଭଳି ଘଟଣା କି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାହାଘରକୁ ଆସିଥିବା ବରଯାତ୍ରୀ ଖାଇ ସାରିବା ପରେ ସେମାନଙ୍କୁ ରସଗୋଲା ଦିଆଯାଇନଥିବାରୁ ଆରମ୍ଭ ହୋଇଯାଇଥିଲା ଉତ୍ତେଜନା । ଏପରିକି ଉଭୟ ପକ୍ଷର ଲୋକ ଠେଙ୍ଗା ବାଡି ଧରି ପରସ୍ପରକୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ । ଆଉ ଏହି ଝଗଡା ମଧ୍ୟରେ ଭାଙ୍ଗି ଯାଇଥିଲା ବାହାଘର ।

ନାଳନ୍ଦା ଜିଲ୍ଲାର ବିହାର ଥାନା ଅନର୍ଗତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରସଗୋଲା ନମିଳିବାରୁ ବରଯାତ୍ରୀମାନେ ଝିଅ ପକ୍ଷର ଲୋକଙ୍କୁ ମାଡ ମାରିଥିଲେ । ଆଉ ଏହି ଘଟଣାରେ ଝିଅର ବାପା ମାଙ୍କ ସମେତ ପାଖାପାଖି ୧୨ ଜଣ ଲୋକ ସାଂଘାତିକ ଭାବେ ଆହତ ହୋଇଛନ୍ତି । ଏବଂ ଏମାନଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କନ୍ୟା ପକ୍ଷରୁ କୁହାଯାଇଛି ଯେ, ବରଯାତ୍ରୀ ଶେଖପୁରା ଜିଲ୍ଲାର ମଡପସୋନା ଗାଁରୁ ଆସିଥିଲେ । ତେବେ ଭୋଜନ ସମୟରେ ସେମାନେ ରସଗୋଲା ଖାଇବା ପାଇଁ ଦାବି କରିଥିଲେ । ସେମାନଙ୍କୁ ରସଗୋଲା ଦିଆଯାଇଥିଲେ ସୁଦ୍ଧା ସେମାନେ ଆହୁରି ଅଧିକ ମିଠା ଦାବି କରିବାରୁ ଆଉ ମିଠା ଯୋଗାଇ ହେବ ନାହିଁ ବୋଲି ଝିଅ ଘର ପକ୍ଷରୁ କୁହାଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଏହି ଝଗଡାରେ ଛୋଟ ପିଲା ଏବଂ ମହିଳାମାନେ ମଧ୍ୟ ବାଦ ପଡିନଥିଲେ, ସେମାନେ ମଧ୍ୟ ଏଥିରେ ଆହତ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ । ଏହାପରେ କନ୍ୟା ଘର ପକ୍ଷରୁ ବାହାଘରକୁ ଭାଙ୍ଗି ଦିଆଯାଇଥିଲା ଏବଂ ବର ଫେରିଯାଇଥିଲେ ।

Comments are closed.