ସରକାରଙ୍କ ମାର୍କସିଟ୍

21

ନବୀନ ସରକାରର ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ । ଅନେକ ଆହ୍ୱାନ, ଦୁର୍ନୀତିର ଲମ୍ବା ଚିଠା, ଅବ୍ୟବସ୍ଥା ଓ ସମାଲୋଚନା । ବିରୋଧୀଙ୍କ ଶାଣିତ ଆକ୍ରମଣ ଆଉ ନିଜ ଦଳ ଭିତରୁ ଅସନ୍ତୋଷର ଚାପା ଗୁଂଜରଣ । ସବୁକିଛି ଅସ୍ତବ୍ୟସ୍ତ କରି ପକାଇଥିଲା ନବୀନଙ୍କୁ । ବିଫଳତାର ସ୍ୱାଦ ସରକାରଙ୍କୁ ଅଡୁଆରେ ପକାଇଥିଲା । ଏତେ ସବୁ ପରେ ବି ସଫଳତା ଓ ଯୋଜନାର ଚିଠା ନବୀନଙ୍କ ପାଇଁ ଆଣିଥିଲା କିଛିଟା ଆଶ୍ୱସ୍ତି । ଏସବୁ ଭିତରେ ଲଗାତର ୧୬ ବର୍ଷ ଧରି କ୍ଷମତା ଅଳିନ୍ଦରେ ଥିବା ସରକାରଙ୍କୁ ତଉଲିବାକୁ କନକ ନ୍ୟୁଜ୍ ର ସ୍ୱତନ୍ତ୍ର ଉପସ୍ଥାପନା । ଗୋଟିଏ ମଂଚରେ ତିନି ବରିଷ୍ଠ ମନ୍ତ୍ରୀ । ସାମ୍ନାରେ ବିରୋଧୀ, ବୁଦ୍ଧିଜୀବି ଓ ସାମ୍ବାଦିକଙ୍କ ଅନୁଭବୀ ପ୍ୟାନେଲ । ତିଆରି ହେଲା ସରକାରଙ୍କ ମାର୍କସିଟ । ଅଧିକ ତଥ୍ୟ ପାଇଁ ଦେଖନ୍ତୁ :-