ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣୀ ପୀଠରେ ଭୁଶୁଡି ପଡିଲା ମାର୍କେଟ୍ କଂପ୍ଲେକ୍ସ ! ଶିବଗଙ୍ଗା ପୁଷ୍କରିଣୀରୁ ପଙ୍କ ଉଦ୍ଧାର ବେଳେ ଧସିଗଲା ନବନିର୍ମିତ କୋଠା

27

କନକ ବ୍ୟୁରୋ : ଚାହୁଁଚାହୁଁ ଭୁଷୁଡି ପଡିଲା ପୁରା ମାର୍କେଟ କଂପ୍ଲେକ୍ସ । ଏହା ପଛର କାରଣ ଜାଣିଲେ ମଧ୍ୟ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ଭଦ୍ରକର ଚାନ୍ଦବାଲି ଅଂଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାକାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପୋଖରୀ ଭିତରକୁ ଖସିପଡିଛି ମାର୍କେଟ କଂପ୍ଲେକ୍ସଟି । କିଛିଦିନ ହେଲା ଶିବଗଙ୍ଗା ପୁଷ୍କରିଣୀରୁ ଚାଲିଥିଲା ପଙ୍କ ଉଦ୍ଧାର ।

ଏବଂ ପୋଖରୀକୁ ଲାଗି ତିଆରି ହୋଇଥିବା ଏହି ନୂଆ ମାର୍କେଟ କଂପ୍ଲେକ୍ସଟି ପୋଖରୀ ମଧ୍ୟକୁ ଭୁଷୁଡି ପଡିଥିଲା । କଥା ହେଉଛି ମାର୍କେଟ କଂପ୍ଲେକ୍ସଟି ପୋଖରୀକୁ ଲାଗି ତିଆରି ହୋଇଥିଲା ଓ ଏହା ଏତେ ଦୁର୍ବଳ ଥିଲା ଯେ, ପଙ୍କ ଉଦ୍ଧାର ସମୟରେ ଧସିପଡିଲା । ସ୍ୱଭାଗ୍ୟରୁ ମାର୍କେଟ କଂପ୍ଲେକ୍ସଟି ନୂଆକରି ତିଆରି ହୋଇଥିଲା ଓ ବ୍ୟବହାରରେ ଲାଗିନଥିଲା । ତେବେ ଏବେ ଚିନ୍ତାର ବିଷୟ ପାଲଟିଛି ଏହି ଦୁର୍ଘଟଣା କଂପ୍ଲେକ୍ସଟି ଖୋଲିବା ପରେ ଘଟିଥାନ୍ତା, ତାହେଲେ ଅବସ୍ଥା କଣ ହୋଇଥାନ୍ତା । ଧନଜୀବନ ହାନି ହେବାର ପୁରା ସମ୍ଭାବନା ଥିଲା ।