ଉପକୂଳ ସୁରକ୍ଷା ବଢାଇବା ପାଇଁ ଅସ୍ତରଙ୍ଗରେ ଉଦଘାଟିତ ହେଲା ମେରାଇନ୍ ଥାନା

0

ଅସ୍ତରଙ୍ଗ : ଉପକୂଳ ସୁରକ୍ଷା ବଢାଇବା ପାଇଁ ଅସ୍ତରଙ୍ଗରେ ଉଦଘାଟିତ ହୋଇଛି ମେରାଇନ୍ ଥାନା । ନୂଆଗଡଠାରେ ୭୭ଲକ୍ଷ ଟଂକା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାଂଚଳ ଆଇଜି ଆରପି କୋଚେଙ୍କ ସହ ପୁରି ଏସପି ସାର୍ଥକ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ଉଦଘାଟନ ପରେ କେନ୍ଦ୍ରାଂଚଳ ଆଇଜିଙ୍କ ସହ ପୁରୀ ଏସପି ଇଂଟରସେପ୍ଟର ବୋଟରେ ଦେବୀ ମୁହାଣ ଓ ସମୁଦ୍ର ପଥରେ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ ।

Comments are closed.