ହୁତହୁତ ହୋଇ ଜଳୁଥିଲା ଜାହାଜ, ମଝି ଆକାଶରୁ ଓହ୍ଳାଇଲେ ମାର୍କୋସ କମାଣ୍ଡୋ ! ଆଉ ତା ପରେ…

1

ସଫଳ ହେଲା ନୌସେନାର ରେସ୍କ୍ୟୁ ଅପରେସନ୍ । ସୁନ୍ଦରବନ ଆଡ଼କୁ ଅଗ୍ରସର ହେଉଥିବା ଏକ ବ୍ୟାବସାୟିକ ଜାହାଜରେ ନିଆଁ ଲାଗିଯାଇଥିବାରୁ ନୌସେନା ନିଜର ମାର୍କୋସ କମାଣ୍ଡୋ ମାନଙ୍କୁ ହେଲିକପ୍ଟର ଜରିଆରେ ଓହ୍ଲାଇଥିଲା । ଏହାପରେ ଯବାନ ଆଙ୍କଲ୍ ପକାଇ ଜାହାଜକୁ ଆଗକୁ ବଢ଼ିବାକୁ ଦେଇନଥିଲେ । ଫଳରେ ଜାହଜଟି ସାଗର ଦ୍ୱୀପ ମଝିରେ ହିଁ ରହିଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ମାର୍କୋସ କମାଣ୍ଡୋଙ୍କ ରେସ୍କ୍ୟୁ ଅପରେସନ । ଅତି ଦୁଃସାହସିକ ଭାବେ ମାର୍କୋସ କମାଣ୍ଡୋ ମାନେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ ।

ହେଲିକପ୍ଟରରୁ ସିଧାସଳଖ ଜାହାଜ ମଧ୍ୟକୁ ଓହ୍ଲାଇ ସାହସିକତା ଦେଖାଇଥିଲେ ମାର୍କୋସ କମାଣ୍ଡୋ । ଜାହଜଟି ହୁତହୁତ ହୋଇ ଜଳୁଥିଲେ ମଧ୍ୟ ଏହାକୁ ଖାତିର କରିନଥିଲେ କମାଣ୍ଡୋ । ଅପରେସନ୍ ବେଳେ ଜାହାଜକୁ ଖାଲି କରାଯାଇ ୨୨ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ନୌସେନା ସୂଚନା ଅନୁଯାୟୀ ଏହି ଜାହାଜ ସୁନ୍ଦରବନ ଆଡ଼କୁ ମୁହାଁଇଥିଲେ ତ୍ରିକୋଣୀୟ କ୍ଷେତ୍ରରେ ଏହା ବ୍ୟାପକ କ୍ଷତିସାଧନ କରିଥାନ୍ତା । ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ସହଜରେ ଏଡ଼ାଇପାରିଛି ନୌସେନା । ଗତ ୧୪ ତାରିଖ ଦିନ ସାଗର ଦ୍ୱୀପରେ ଏହି ଜାହଜଟି ଯାଉଥିବା ବେଳେ ଏଥିରେ ନିଆଁ ଲାଗିଥିଲା ।

Comments are closed.