ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲା ମରାଠା ସଂଘ : ଟ୍ରେନ ଓ ଗାଡିମଟର ଚଳାଚଳ ବାଧାପ୍ରାପ୍ତ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

26

କନକ ବ୍ୟୁରୋ : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ମରାଠା ସଂଘ ସରକାରୀ ଚାକିରିରେ ସଂରକ୍ଷଣ ଦାବିରେ ଚାଲୁଛି ଆନ୍ଦୋଳନ । ପୁଣେଠାରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଟ୍ରେନ ଲାଇନ ଓ ରାଜପଥରେ ଧାରଣ ଦେବାରୁ ସେଠାରେ ଲୋକମାନେ ପ୍ରଭାବିତ ହେଉଥିବା ଜଣାପଡିଛି । ମୁମ୍ବାଇ-ପୁଣେ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ତେବେ ଘଟଣାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିବା ସହ ସମସ୍ତ ମନ୍ତ୍ରୀଙ୍କୁ ଏଠାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଆନ୍ଦୋଳନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନିବସ କହିଛନ୍ତି ଯେ, ଆମେ ମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । ଏହାସହ ସେ କହିଛନ୍ତି ଆମ ସରକାର ମରାଠା ମାନଙ୍କ ପାଇଁ ଆରକ୍ଷଂଣ ବ୍ୟବସ୍ଥା କରିଥିଲା ତେବେ ମୁମ୍ବାଇ ହାଇକୋର୍ଟ ତାହା ଉପରେ ରୋକ ଲଗାଇଛନ୍ତି ।

ଆନ୍ଦୋଳନରେ ଜଣେ କନେଷ୍ଟବଳଙ୍କ ମୁତ୍ୟୁ ହୋଇସାରିଥିବା ବେଳେ ଅନେକ ଆନ୍ଦୋଳନକାରୀ ଓ ପୋଲିସ ଆହତ ମଧ୍ୟ ହୋଇଛନ୍ତି । ବୁଧବାର ମରାଠା ସମ୍ପ୍ରଦାୟମାନେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲେ । ଥାନେରେ ଅନେକ ସ୍ଥାନରେ ଟ୍ରେନ ଚଳାଚଳ ପ୍ରଭାବିତ ହେବାସହ ଅନେକ ସ୍ଥାନରେ ଯାନବାହନ ରାସ୍ତା କଡରେ ହିଁ ଛିଡା ହୋଇ ରହିଥିବାର ଦେଖାଯାଇଥିଲ । ତେବେ ଆନ୍ଦୋଳନ ତୀବ୍ର ହେବାରୁ ମରାଠା ମୋର୍ଚ୍ଚାକ୍ରାନ୍ତି ମହାରାଷ୍ଟ୍ର ବନ୍ଦ ଡାକରାକୁ ଫେରାଇ ନେଇଥିଲା । ଆନ୍ଦୋଳନକାରୀମାନେ କହି୍ଛନ୍ତି ଯେ, ଯଦି ସରକାର ଏ ଦିଗରେ କୈାଣସି ପଦକ୍ଷେପ ନନେବ ତେବେ ସାରା ମହାରାଷ୍ଟ୍ରରେ ଯେଉଁ ଅଶାନ୍ତି ଦେଖାଦେବ ତାହା ପାଇଁ କେବଳ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥିତି ଏପରି ହୋଇଛି କି ମୁଖ୍ୟମନ୍ତ୍ରୀଙ୍କ ସହ ହେବାକୁ ଥିବା ଆଲୋଚନା ମଧ୍ୟ ମୋର୍ଚ୍ଚା ବାତିଲ କରିଦେଇଛି । ସୂଚନା ଅନୁସାରେ ସାରା ରାଜ୍ୟରେ ମୋଟ ୩୦ ପ୍ରତିଶତ ମରାଠା ସମ୍ପ୍ରଦାୟର । ରାଜ୍ୟର ସମସ୍ତ ଜିଲ୍ଲାରୁ ମୋର୍ଚ୍ଚା ରାଲି ବାହାରଲ କରିଥିବା ସୂଚନା ମିଳିଛି । ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ସଜାଗ ରହିଥିବା ସୂଚନା ମିଳିଛି ।