ଉଗ୍ର ହୋଇଛି ମରାଠି ଆରକ୍ଷଣ ଆନ୍ଦୋଳନ ! ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

54

କନକ ବ୍ୟୁରୋ : ମୁମ୍ବାଇରେ ଉଗ୍ର ହୋଇଛି ମରାଠି ଆରକ୍ଷଣ ଆନ୍ଦୋଳନ । ଆରକ୍ଷଣକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ଏକ ବିରାଟ ଶୋଭାଯାତ୍ରାରେ ବାହାରି ଆରକ୍ଷଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମରାଠି ସଂପ୍ରଦାୟର ଲୋକେ । ଆଜି ସକାଳୁ ସକାଳୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ମୁମ୍ବାଇ ରାଜରାସ୍ତାରେ ଚକାଜାମ ହୋଇଥିଲା । ହଜାର ହଜାର ଗାଡି ଅଟକି ରହିଥିଲା ।

ମରାଠା କ୍ରାନ୍ତି ମୋର୍ଚ୍ଚା କାରଣରୁ ଥାନେ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ସବୁଠୁ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି । ଗତ କିଛି ମାସ ହେବ ରାଜ୍ୟରେ ମରାଠୀ ମାନଙ୍କୁ ଚାକିରିରେ ଆରକ୍ଷଣ ମିଳିବା ଦାବି ନେଇ ଶାନ୍ତି ମୋର୍ଚ୍ଚା ଚାଲିଆସୁଥିଲା । ଅହମଦନଗର, ପୁଣେ, ଔରାଙ୍ଗାବାଦ,ମରାଠୱାଡା, ଏହି ମୋର୍ଚ୍ଚା ଗତ କିଛି ଦିନ ହେବ ଜାରି ରହିଛି । ତେବେ ଆଜିର ଏହି ରାଲି କାରଣରୁ ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି । ଅଘଟଣକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।