ମରାଠା ଆନ୍ଦୋଳନକୁ ପୁରିଲା ୨ ବର୍ଷ : ସାରା ମହାରାଷ୍ଟ୍ରରେ ବନ୍ଦ ଡାକରା ଦେଲା ମରାଠା ସଂଗଠନ

49

କନକ ବ୍ୟୁରୋ : ମରାଠା ସମୂହଙ୍କ ସଂଘ ‘ସକଳ ମରାଠା ସମାଜ’ ପକ୍ଷରୁ ନଭି ମୁମ୍ବାଇକୁ ଛାଡି ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏଁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି ସୂଚନା ଦେଇଛି ସଂଗଠନ । ନଭି ମୁମ୍ବାଇକୁ ଛାଡି ଏହି ବନ୍ଦ ପାଳନ ରାଜ୍ୟବ୍ୟାପୀ କରାଯିବ ବୋଲି କହିଛି ‘ସକଳ ମରାଠା ସମାଜ’ । ଏଥିସହ ଆବଶ୍ୟକ ସେବା, ସ୍କୁଲ, କଲେଜକୁ ବନ୍ଦ ପାଳନର ବାଦ ଦିଆଯାଇଥିବା ସଂଗଠନ ସୂଚନା ଦେଇଛି ।

କିଛି ଦିନ ତଳେ ହୋଇଥିବା ମରାଠା ସଂରକ୍ଷଣ ଆନ୍ଦୋଳନରେ ହୋଇଥିବା ହିଂସାକାଣ୍ଡ ଘଟିଥିବା । ଏବେ ପୁଣି ମରାଠା ସମୂହଙ୍କ ମହାରାଷ୍ଟ୍ର ବନ୍ଦ ଡାକରା ପରେ ସତର୍କ ହୋଇଛନ୍ତି ସରକାର ଓ ପ୍ରଶାସନ । ମରାଠା ଆନ୍ଦୋଳନ ଆଜି ଦୁଇ ବର୍ଷ ପୂରଣ ହେଉଥିବାରୁ ବନ୍ଦ ଡାକରା ଦିଆଯାଇଛି । ମରାଠା ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୮ଜଣ ଆତ୍ମହତ୍ୟା କରିଛନ୍ତି । ତେଣୁ ମରାଠା ଯୁବ ସମାଜକୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଅପିଲ କରିଛି ‘ସକଳ ମରାଠା ସମାଜ’ ।