କୋଚିରେ ମାଟିରେ ମିଶିଲା ମାରାଡୁ ଫ୍ଲାଟର ତୃତୀୟ କୋଠା । କିଛି ସେକେଣ୍ଡରେ ଧୂଳିସାତ୍ ହୋଇଗଲା ବହୁତଳ ଅଟ୍ଟାଳିକା

592

କନକ ବ୍ୟୁରୋ : କିଛି ସେକେଣ୍ଡ ଭିତରେ ମାଟିରେ ମିଶିଲା ମାରାଡୁ ଫ୍ଲାଟସ । କେରଳର କୋଚିରେ ଗ୍ରୀନ ଜୋନର ଆଇନକୁ ଅଣଦେଖା କରି ନିର୍ମାଣ ହୋଇଥିଲା ଆକାଶଛୁଆଁ ୪ଟି ବିଶାଳ ଟାୱାର । ଯେଉଁଥିରେ ବହୁତଳ କୋଠା ନିର୍ମାଣ ହୋଇଥିଲା । ତେବେ ଦ୍ୱିତୀୟ ଦିନ ପାଇଁ କୋଚି ପ୍ରଶାସନ କୋଠା ଭଂଗା କାମ ଜାରି ରଖି ଆଜି ମାରାଡୁ ଫ୍ଲାଟସର ତୃତୀୟ ବିଶାଳ କୋଠାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ଚାହୁଁ ଚାହୁଁ ବିସ୍ଫୋରଣରେ କ୍ଷଣକରେ ମାଟିରେ ମିଶିଯାଇଛି ପୁରା ଅଟ୍ଟାଳିକା । କେରଳର କୋଚି ଠାରେ ଗ୍ରୀନ ଜୋନ୍ ଭିତରେ ବେଆଇନ୍ ଭାବେ ନିର୍ମାଣ ହୋଇଥିଲା ୪ଟି ବିଶାଳକାୟ ବହୁତଳ କୋଠା ।

୪ ଟି ଆପାଟମେଂଟରୁ ୨ ଟିକୁ ଗତକାଲି ‘କଂଟ୍ରୋଲଡ଼ ଇମ୍ପେ୍ଲାସନ’ ବା ବିସ୍ଫୋରକ ମାଧ୍ୟମରେ ଭାଙ୍ଗି ଦିଆଯାଇଥିଲା । ଆଜି ବାକି ୨ଟି କୋଠାକୁ ଭଂଗା ଯିବ । ଏହିକ୍ରମରେ ତୃତୀୟ କୋଠାକୁ ଭଂଗା ଯାଇଛି । ବାକି ଗୋଟିଏ କୋଠାକୁ ମଧ୍ୟ ଆଜି ବିସ୍ଫୋରକ ଜରିଆରେ ଭଂଗା ଯିବ । ‘କୋଷ୍ଟାଲ୍ ଜୋନ୍ ରେଗୁଲେସନ୍’ ଆଇନର ଉଲଂଘନ କରିଥିବା ଏହି ମାରାଡୁ ଫ୍ଲାଟସକୁ ମାଟିରେ ମିଶାଇଦେବାକୁ ଗତ ମେ ମାସରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ।