ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ ! ଓଡ଼ିଶା-ଛତିଶଗଡ ସୀମା ବିଜାପୁରରେ ଯାତ୍ରୀବାହୀ ବସ ଜାଳିଦେଲେ ନକ୍ସଲ

42

କନକ ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ । ଓଡ଼ିଶା-ଛତିଶଗଡ ସୀମା ବିଜାପୁରରେ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି ମାଓବାଦୀ । ଭୋପାଳପାଟନମରୁ ବୋରେଗୁଡା ଯାଉଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ । ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇବା ପରେ ବସରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ ।

ସୂଚନା ମୁତାବକ, ଗତକାଲି ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜେପୁର ଠାରେ ମାଓବାଦୀମାନେ ଏକ ବସକୁ ସମ୍ପୂର୍ଣ୍ଣ ଜାଳି ଦେଇଛନ୍ତି । ବିଶ୍ୱନାଥ ଟ୍ରାଭେଲ୍ସର ଏହି ବସଟି ଭୋପାଲପାଟନମରୁ ବାରେଗୁଣ୍ଡା ଯାଉଥିବା ବେଳେ ରାସ୍ତାରେ ଶତାଧିକ ମାଓବାଦୀ ବସ ଅଟକାଇ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ପରେ ସେମାନେ ବସରେ ପେଟ୍ରୋଲ ଢ଼ାଳି ନିଅାଁ ଲଗାଇ ଜାଳି ଦେଇଥିବା ଜଣାପଡ଼ିଛି ।