ଘଂଚ ଜଙ୍ଗଲରେ ଲାଲବାହିନୀର ପ୍ରଜାମେଳି: ପଣସପୁଟ ଏନକାଉଂଟର ପ୍ରତିବାଦରେ ମାଓବାଦୀଙ୍କ ନିର୍ବାଚନ ବର୍ଜନ ଧମକ

29

କନକ ବ୍ୟୁରୋ : ପଣସପୁଟ ଏନକାଉଂଟର ପ୍ରତିବାଦରେ ମାଓବାଦୀଙ୍କ ନିର୍ବାଚନ ବର୍ଜନ ଧମକ । ଗାଁ ଗାଁରେ ମାଓବାଦୀ ମାନେ ପ୍ରଜାମେଳି ଆୟୋଜନ କରି ନିର୍ବାଚନ ବନ୍ଦ କରିବାକୁ ଆହ୍ୱାନ ଦେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବିଚ୍ଛିନ୍ନାଂଚଳ ରାଲେଗୁଡା ପଂଚାୟତର । ଏଠାରେ ଆୟୋଜିତ ହୋଇଥିଲା ମାଓବାଦୀଙ୍କ ପ୍ରଜା ମେଳି ।

ରାଲେଗାଡା ଗ୍ରାମ ପଂଚାୟତର ପ୍ରାୟ ୬ଟି ଗାଁର ୫ଶହରୁ ଅଧିକ ମାଓ ସମର୍ଥକ ଏକତ୍ରିତ ହୋଇଛନ୍ତି ଗାଁ ମୁଣ୍ଡରେ । ରାଲେଗାଡା ଗାଁକୁ ରାସ୍ତା ଘାଟ ନ ଥିବା ସହ ନାଁ ଏଠାରେ ଶିକ୍ଷକଙ୍କ ପାଦ ପଡୁଛି ନା ଅଛି ଆଙ୍ଗନୱାଡି କେନ୍ଦ୍ର । ସ୍ୱାସ୍ଥ୍ୟ ସେବା କଥା ନ କହିବା ଭଲ । ନାଁ କୁ କେବଳ ରାଲେଗାଡା ଗ୍ରାମ ପଂଚାୟତ । ପଂଚାୟତ କାର୍ୟ୍ୟାଳୟ ଚାଲିଛି ୧୫ କିଲୋମିଟର ଦୂର ସାର୍କୁବନ୍ଧ କମ୍ୟୁନିଟି ସେଂଟରରେ ।

ଦେଖନ୍ତୁ ଏହି ଭିଡଓ :