ମାଲକାନଗିରି ସୀମାନ୍ତରେ ମାତିଲେ ମାଓବାଦୀ : ଦାନ୍ତେୱାଡାରେ ଉଡାଇଲେ ରେଳ ଧାରଣା, ଜାଳିଦେଲେ ୨ଟି ଟ୍ରକ ଓ ବସ୍

26

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାତିଛନ୍ତି ମାଓବାଦୀ । ଛତିଶଗଡ ଦାନ୍ତେୱାଡାରେ ରେଳଧାରଣା ଉଡାଇ ଦେଇଛନ୍ତି ମାଓବାଦୀ । ଫଳରେ ପାସେଂଜର ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ମାଓବାଦୀମାନେ ରେଳଧାରଣା ଉଡାଇଥିବା ବେଳେ ସେହି ସମୟରେ ତାମାଲୁର ଠାରୁ ଦାନ୍ତେୱାଡା ପାସେଂଜର ସେହି ରେଳଧାରଣା ଦେଇ ଯାଉଥିଲା । ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ସେପଟେ ଦାନ୍ତେୱାଡା ଜିଲ୍ଲାରେ ୨ଟି ଯାତ୍ରୀବାହୀ ବସ୍ ଓ ଗୋଟିଏ ଟ୍ରକ ମଧ୍ୟ ପୋଡିଦେଇଛନ୍ତି ମାଓବାଦୀ ।

ଦାନ୍ତେୱାଡାରୁ ରାୟପୁରକୁ ବସ ଯାଉଥିବା ବେଳେ ଭାନସୀ ଥାନା ଧୁରଲି ଠାରେ ମାଓବାଦୀମାନେ ୨ଟି ବସକୁ ଅଟକାଇଥିଲେ । ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସକୁ ଜାଳି ଦେଇଥିଲେ ନକ୍ସଲ । ସେହିପରି ମାଓବାଦୀ ରାସ୍ତାରେ ଗୋଟିଏ ଟ୍ରକକୁ ଅଟକାଇ ପୋଡି ଦେଇଛନ୍ତି । ମାଓବାଦୀଙ୍କ ପୋଡାଜଳା ପରେ ଦାନ୍ତେୱାଡାରୁ ରାୟପୁର ରାସ୍ତାରେ ବସ ଚଳାଚଳ ବନ୍ଦ ରହିଛି ।