ମାଲକାନଗିରିରେ ପୁଣି ତାତିଲେ ମାଓବାଦୀ !  ମାଥିଲି ଥାନା ସାଲିନୀଠାରେ ବସ୍ ପୋଡି ଦେଲେ ଲାଲବାହିନୀ

126

କନକ ବ୍ରୁରୋ : ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଳା ମାଥିଲି ଥାନା ଅନ୍ତର୍ଗତ ସାଲିନୀ ଠାରେ ମାଓବାଦୀ ମାନେ ଏକ ଯାତ୍ରାବାହୀ ବସକୁ ପୋଡି ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ବସଟି ଷ୍ଟାଣ୍ଡରେ ଥିବାବେଳେ ପୋଡି ଦେଇଛନ୍ତି ମାଓବାଦୀ । ଏଥିସହ ବସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଜାନୁଆରୀ ୨୫ ରୁ ୩୧ ଯାଏଁ ପ୍ରତିବାଦ ସଭା ପାଳନ କରୁଛନ୍ତି ମାଓବାଦୀ ।

ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମାଥିଲିରୁ ଯଜ୍ଞପୁରରୁ ଯାଉଥିବା ଏକ ଘରୋଇ ବସ ମହୁପଦର ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁ ପାଖରେ ପହଞ୍ଚିଥିବା ନକ୍ସଲମାନେ ବସକୁ ଘେରିଯାଇଥିଲେ । ପରେ ବସ୍ରେ ଥିବା ଯାତ୍ରୀମାନଙ୍କ ଠାରୁ ନକ୍ସଲମାନେ ସମସ୍ତ ମୋବାଇଲ ଛଡ଼େଇ ନେଇ ଯାତୀମାନଙ୍କୁ ବସ୍ରୁ ଓହ୍ଲାଇ ଦେଇଥିଲେ। ପରେ ସେହି ବସ୍ରେ ଥିବା ଡିଜେଲ କାଢ଼ି ଏଥିର ଢ଼ାଳି ନିଆଁ ଲଗାଇ ଜାଳି ଦେଇଥିଲେ।

ସୂଚନାଯୋଗ୍ୟ ଯେ ସରକାର ଓ ପୁଲିସ ବିରୋଧରେ ନକ୍ସଲମାନେ ପ୍ରତି ଗାଁରେ ପ୍ରଜାମେଳି କରି ଯୁବକଯୁବତୀଙ୍କୁ ନ୍କ୍ସଲ ସଙ୍ଗଠନ ସହିତ ଜଡିତ ହବାକୁ ଆହ୍ଵାନ ଦେଉଛନ୍ତି। ଗତ ୨୫ ତାରିଖରୁ ଏହି କାର‌୍ୟ୍ୟ ଚାଲିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏପରିକି ଚଳିତମାସ ୨୫ରୁ ୩୧ ତାରିଖ ଯାଏ ନକ୍ସଲମାନେ ଭାରତ ବନ୍ଦ କରୁଥିବା ଯୋଗୁଁ ସରକାରୀ ବସ ଚଳାଚଳ ବନ୍ଦ ଥିବା ବେଳେ ଘରୋଇ ବସ ଚଳାଚଳ କରୁଛି। ଏହାକୁ ନକ୍ସଲମାନେ ବିରୋଧ କରୁଛନ୍ତି।