ଲାଲଗଡରେ ଲାଲ୍ ଆତଙ୍କ । ନିର୍ବାଚନ ଆଗରୁ ମାଲକାନଗିରିରେ ରକ୍ତମୁଖା ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଜଣଙ୍କୁ ହତ୍ୟା, ଗାଡି ପୋଡିଦେଲେ ନକ୍ସଲ

109

କନକ ବ୍ୟୁରୋ: ଲାଲଗଡରେ ଲାଲ୍ ଆତଙ୍କ । ନିର୍ବାଚନ ଆଗରୁ ମାଲକାନଗିରିରେ ରକ୍ତମୁଖା ମାଓବାଦୀ । ରାସ୍ତାକାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା କଲେ, ଗାଡି ପୋଡିଦେଲେ ନକ୍ସଲ । ମାଥିଲା ଥାନା କୁକୁରକୁଣ୍ଡ ଗାଁରେ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ହାଇୱା ଗାଡିକୁ ପୋଡି ଦେଇଛନ୍ତି ଲାଲବାହିନୀ ।

ଗତକାଲି ଅପରାହ୍ନରେ ୧୫ରୁ ଅଧିକ ମାଓବାଦୀ କୁକୁରକୁଣ୍ଡା ଗାଁରେ ପହଂଚି ରାସ୍ତାକାମ କରୁଥିବା ଠିକା କମ୍ପାନୀର ଜଣେ ସୁପର ଭାଇଜର ଗୁପ୍ତଙ୍କୁ  ନିସ୍ତୁକ ମାଡ ମାରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ ଘଟଇଥିବା ବେଳେ ନିର୍ବାଚନ ଆଗରୁ ମାଓବାଦୀଙ୍କ ଏଭଳି କାଣ୍ଡ ପୁଲିସ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।

ମତାମତ

Your email address will not be published.