ଲାଲବାହିନୀର ବର୍ବରତା ! ପୁଲିସ ଇନଫର୍ମର ସନ୍ଦେହରେ ପୁଣି ଜଣଙ୍କୁ ଗଳାକାଟି ହତ୍ୟା

41

କନକ ବ୍ୟୁରୋ: କୋରାପୁଟ ନନ୍ଦପୁର ବ୍ଲକରେ ଲାଲବାହିନୀର ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପୁଣି ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ନନ୍ଦପୁର ବ୍ଲକ ହାତୀବାରୀ ପଂଚାୟତର ସରପଂଚ ଜଗା ଖରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଜଗାଙ୍କୁ ହତ୍ୟା କରିବା ସହ ତାଙ୍କ ଘରୁ କିଛି ସାମଗ୍ରୀ ଓ କାଗଜ ପତ୍ର ନେଇଯାଇଛନ୍ତି ମାଓବାଦୀ । ଏହା ସହିତ ଗୋଟିଏ କମାଣ୍ଡର, ଟ୍ରାକଟର ଓ ଗୋଟିଏ ମଟର ସାଇକେଲେ ମାଓବାଦୀମାନେ ପୋଡି ଦେଇଥିବା ଜଣାପଡିଛି ।