ପୁଣି ମେଳି ବାନ୍ଧିଲେ ମାଓବାଦୀ ! ରାଲେଗଡା ଜଙ୍ଗଲରେ ମାଓବାଦୀଙ୍କ ବିଶାଳ ପ୍ରଜାମେଳି, ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ଲୋକଙ୍କୁ ଉସକାଇଲେ । କଥା ନ ମାନିଲେ ହେବ ଭୟଙ୍କର ପରିସ୍ଥିତି

26

କନକ ବ୍ୟୁରୋ : ଲାଲଗଡରେ ବସିଲା ମାଓବାଦୀଙ୍କ ପ୍ରଜାମେଳି । ପୁଣି କାୟା ବିସ୍ତାର କରିବାକୁ ଯୋଜନା କରୁଛନ୍ତି ମାଓବାଦୀ । ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲାଲବାହିନୀ ସଂଗଠନକୁ ସୁଦୃଢ କରିବା ପାଇଁ ଆରମ୍ଭ କରିଛି ଉଦ୍ୟମ । ସେଥିପାଇଁ ମାଲକାନଗିରି ସୀମାନ୍ତରେ କରିଛି ବିଶାଳ ପ୍ରଜାମେଳି । ବିଚ୍ଛିନ୍ନାଂଚଳରେ ହେଉଥିବା ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ପ୍ରଜାମେଳି ଆହ୍ୱାନ ଦେଇଛି ମାଓବାଦୀ ସଂଗଠନ ।

ସୁକମାରେ ମାଓବାଦୀଙ୍କ ବର୍ବରତା ମନରୁ ଲିଭିନଥିବା ବେଳେ ପୁଣି ଥରେ ବଳ ସଂଚୟ କରିବାକୁ ଉଦ୍ୟମ କରିଛି ଲାଲ୍ବାହିନୀ । ଲାଲ୍ ସଂଗଠନକୁ ମଜବୁତ କରିବା ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ କରିଛନ୍ତି ବିରାଟ୍ ପ୍ରଜାମେଳି । ଆଉ ଏହି ପ୍ରଜାମେଳିର ଉଦ୍ଦେଶ୍ୟ ହେଉଛି-ବିଚ୍ଛନ୍ନାଚଂଳକୁ ରାସ୍ତା ନିର୍ମାଣର ବିରୋଧ । ମାଓଗଡ଼କୁ ଅଭେଦ୍ୟଗଡ଼ ଭାବେ ସୁରକ୍ଷିତ ରଖିବା ପାଇଁ ମାଓବାଦୀ ବାଛି ନେଇଛନ୍ତି ଏଭଳି ଏକ ବାଟ ।

ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ମାଓବାଦୀ, ଲୋକଙ୍କୁ ଦେଇଛନ୍ତି ଦୁଇଟି ବିକଳ୍ପ । ମାଓବାଦୀଙ୍କ ହଁରେ ହଁ ମିଳାଇ ବଂଚି ରହିବା ନହେଲେ ମାଓବାଦୀ ପ୍ରଜାକୋର୍ଟରେ ଶୁଣାଇବେ ରାୟ । ଏମିତିକି ପୁଲିସର ପ୍ରଲୋଭନରେ ଆସିଲେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ।

ଆନ୍ଧ୍ର ପ୍ରଦେଶର ରାଲେଗଡ଼ା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣକୁ ବିରୋଧ କରି ଆସୁଛନ୍ତି ମାଓବାଦୀ । ଏହି ରାସ୍ତା ହେଲେ ସୁରକ୍ଷାକର୍ମୀଙ୍କୁ ଯାତାୟତ କରିବାରେ ସହଜ ହେବାକୁ ଥିବା ବେଳେ ମାଓବାଦୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ।ବିଚ୍ଛିନ୍ନାଚଂଳରେ କେବଳ ଦୁଇଟି ବିଏସଏଫ୍ କ୍ୟାମ୍ପ ଏବଂ ଗୋଟିଏ ଆଇ.ଆର.ବି କ୍ୟାମ୍ପ ଥିବା ବେଳେ ଏବେ ବି ସମଗ୍ର ଅଚଂଳରେ ଏବେ ବି ୧୫୧ଟି ଗାଁରେ ପୁଲିସ ଅପରେସନ୍ କରିବାରେ ଅସହାୟ । ଯେଉଁଥି ପାଇଁ ବରିଷ୍ଠ ଅଧିକାରୀଙ୍କୁ ହେଲିକପ୍ଟର ଯୋଗେ ଯିବା ପାଇଁ ପଡେ । ଆଉ ଏଭଳି ସ୍ଥିତିରେ ରାସ୍ତା ନିର୍ମାଣକୁ ବିରୋଧ କରୁଛନ୍ତି ମାଓବାଦୀ ।